କେନ୍ଦ୍ରାପଡା (ସଂଘର୍ଷ ମିଡିଆ ) : କେନ୍ଦ୍ର ଓ଼ ରାଜ୍ୟ ସରକାରଙ୍କ ପେଟ୍ରୋଲ, ଡିଜେଲ ରନ୍ଧନ ଗ୍ୟାସ ଓ଼ ଅତ୍ୟାବଶୀୟ ଜିନିଷର ଅହେତୁକ ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ କାର୍ଯ୍ୟଳୟର ସମୁଖରେ ଗଣଧାରଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କାର୍ଯ୍ୟଳୟରେ ଜାତୀୟ କଂଗ୍ରେସ ସୋନିଆ ଗାନ୍ଧୀ ଆହ୍ୱାନ କ୍ରମେ କଂଗ୍ରେସର କର୍ମୀମାନେ ଅତ୍ୟାବଶୀୟ ଜିନିଷର ଦର ବୃଦ୍ଧି ପ୍ରତିବାଦରେ ଗଣ ଧାରଣା କରିଛନ୍ତି l ଏହି ଗଣ ଧାରଣା ରେ ମୁଖ୍ୟ କଂଗ୍ରେସ କର୍ମୀ ଶ୍ରୀଯୁକ୍ତ ରତିକାନ୍ତ କାନୁନଗୋଙ୍କ ପ୍ରଚେଷ୍ଟାରେ ସମସ୍ତ କଂଗ୍ରେସ କର୍ମୀ ମାନେ ଏକାଠି ହୋଇ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ବିରୋଧ ରେ ଲୋକ ମାନଙ୍କର ସୁବିଧା ପାଈଁ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ କାର୍ଯ୍ୟଳୟ ରେ ଧାରଣାରେ ବସିଥିଲେ l