ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ ର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ ଓ ଦସ୍ତଖତ ଅଭିଯାନ ଆରମ୍ଭ
ରାଉରକେଲା (ସଂଘର୍ଷ ମିଡିଆ ) : ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ ର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ (NSUI) ଆମ୍ୱଗନ୍ ପେଟ୍ରୋଲ ପମ୍ପ ଠାରେ ବିକ୍ଷୋଭ ଓ ଦସ୍ତଖତ ସଂଗ୍ରହ ଅଭିଯାନ କରି କେନ୍ଦ୍ର ମୋଦୀ ସରକାର ଓ ରାଜ୍ୟର ନବୀନ ସରକାର ଙ୍କୁ ବିରୋଧ କରାଯାଇଥିଲା। ବିଶ୍ଵର ସବୁ ଦେଶ ଅପେକ୍ଷା ଭାରତରେ ପେଟ୍ରୋଲ ଓ ଡିଜେଲ ଉପରେ ଅଧିକ ଟିକସ ବସାଇ ଛନ୍ତି। ଏହି ବିକ୍ଷୋଭ ଓ ଦସ୍ତଖତ ସଂଗ୍ରହ ଅଭିଯାନ ରାଜ୍ୟ ଛାତ୍ର କଂଗ୍ରେସ ର ଉପସଭାପତି ଲୀନୁ ବିଶ୍ଵାଳ ନେତୃତ୍ବ ରେ ହୋଇଥିଲା।ଏଥିରେ ରାଜ୍ୟ ସଂପାଦକ ପ୍ରଦୀପ ବେହେରା,ଗୀତା ସିଂ,ସୌମ୍ୟରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତି ରହିଥିଲେ। ଅନୁତ୍ର ସେକ୍ଟର ୨୦ ପେଟ୍ରୋଲ ପମ୍ପ ଠାରେ ଛାତ୍ର କଂଗ୍ରେସ ନେତା ସୁନୀଲ ନାୟକଙ୍କ ନେତୃତ୍ବରେ ତୈଳ ଦରଦାମ ବୃଦ୍ଧି ପ୍ରତିବାଦରେ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।ମୋଦୀ ସରକାର ର ତୈଳ ଦର ବୃଦ୍ଧି ସାଧାରଣ ଜନତା ଙ୍କ ପାଇଁ ଏକ ଲଲିପପ୍ ସ୍ଵରୂପ,,ଏହି ଉଦ୍ଦେଶ୍ୟ ରେ ଛାତ୍ର କଂଗ୍ରେସ ପ୍ରତି ଗ୍ରାହକଙ୍କୁ ଲଲିପପ୍ ଉପହାର ଦେଇଥିଲେ। ଏଥି ସହ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଫଟୋରେ ମାଲ୍ୟାର୍ପଣ କରି କ୍ଷୀର ଢାଳି ଅଭିଷେକ କରିଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ନାଜିଆ ପରବିନ,ପିନ୍ଟୁ ବର୍ମା,ବିକାଶ ନାୟକ, ସୈକ୍ ସର୍ଫ୍ରାଜ୍,ଅମିର ନାୟକ ପ୍ରମୁଖ ଉପସ୍ଥିତି ରହିଥିଲେ। ରାଉରକେଲାରୁ କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ୍ ସଂଘର୍ଷ ନିଉଜ ।