ଭଣ୍ଡାରି ପୋଖରୀ (ସଂଘର୍ଷ ମିଡିଆ ) : ଭଣ୍ଡାରିପୋଖରୀ କରୋନା କାଳରେ ଖାଉଟିଙ୍କୁ ମହଙ୍ଗା ମାଡ଼। ନିତ୍ୟ ବ୍ୟବହୃତ ଜିନିଷର ଅହେତୁକ ଦରଦାମ ବୃଦ୍ଧି ଓ ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ ଦର ବୃଦ୍ଧି ର ପ୍ରତିବାଦ କରି ସକାଳ ସାତଟାରୁ ଏଗାରଟା ଚାରି ଘଣ୍ଟା କାଳ ଭଣ୍ଡାରି ପୋଖରୀ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଧାରଣା ଦେଇଥିଲେ । କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି କଂଗ୍ରେସ ନେତା କର୍ମୀ। ବିକ୍ଷୋଭ କାରୀ ମାନେ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ କରୋନା ମହାମାରୀ ଯୋଗୁ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଅନ୍ୟ ପଟେ ମହଙ୍ଗା ମାଡ଼ ସାଧାରଣ ଲୋକଙ୍କୁ ଭାରି ବାଧୁଛି। ଜନ ବିରୋଧି ନୀତିକୁ କଡ଼ା ସମାଲୋଚନା କରିବାସହ ଦରଦାମ ପ୍ରତ୍ୟାହାର ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ। ଭଣ୍ଡାରି ପୋଖରୀ ବ୍ଲକ୍ ସଭାପତି ରଜନୀକାନ୍ତ ଚନ୍ଦଙ୍କ ନେତୃତ୍ବରେ ଗୋଲକ ଚନ୍ଦ୍ର ବେହେରା, ପିତାମ୍ବର ନାୟକ, ନଟବର ରାଉଳ, ବସନ୍ତ ରାଉତ, ନାରଣ ବେହେରା, ବିଜୟ ଶଙ୍କର ମହାନ୍ତି, ଶ୍ୟାମସୁନ୍ଦର ମହାପାତ୍ର, ଯତୀନ୍ଦ୍ର ସାହୁ, ରମେଶ ଭାରତୀ ସମେତ ବହୁ ପ୍ରମୁଖ କର୍ମୀ ଉପସ୍ଥିତ ଥିଲେ । ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।