ରାଉରକେଲା(ସଂଘର୍ଷ ମିଡିଆ ) : ପେଟ୍ରୋଲ ,ଡିଜେଲ ଓ ଇନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ଘଣ୍ଟ ଓ ଝାଞ୍ଜ୍ ବଜାଇ ଛାତ୍ର କଂଗ୍ରେସ ରାଉଲକେଲା ସନ୍ କଲେକ୍ଟର ଅଫିସ ସମ୍ମୁଖରେ ପ୍ରତିବାଦ କରିଥିଲେ। ପେଟ୍ରୋଲ ଓ ଡିଜେଲ୍ ଲିଟର ୧୦୦ ଟଙ୍କାରୁ ଅଧିକ ଟପି ଯିବାରୁ ବସ୍ ଭଡ଼ା ବଢ଼ିଛି,ସମଗ୍ର ସାମଗ୍ରୀ କୁ ପରିବହନ କରିବାରେ ପରିବହନ ଖର୍ଚ୍ଚ ମଧ୍ୟ ବଢ଼ିଛି। ଚଳିତ ବର୍ଷ ଆରମ୍ଭରୁ ୬ ମାସ ମଧ୍ୟରେ ୫୪ ଥର ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ହେବାରେ ଲାଗିଛି।ବିଶ୍ଵର ସବୁ ଦେଶ ଅପେକ୍ଷା ଭାରତ ବର୍ଷରେ ପେଟ୍ରୋଲ ଓ ଡିଜେଲ୍ ଦର ଉପରେ ଅଧିକ ଟିକସ ବସାଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। କିନ୍ତୁ ଦୁଃଖର ବିଷୟ ଏହା ଯେ ମୋଦି ସରକାର ଓ ମନ୍ତ୍ରୀ ତେଲ ଦର ବୃଦ୍ଧିକୁ ଯଥାର୍ଥ ବୋଲି କହିଛନ୍ତି। ଏଥିରେ ଯେଉଁ ଟିକସ ଆଦାୟ ହେଉଛି ସେଥିରୁ କେଭିଡ୍ ଟିକା କିଣାଯାଉଛି ଓ କେଭିଡ୍ କୁ ନିୟନ୍ତ୍ରଣ କରା ଯାଉଛି। ଏହି ବିକ୍ଷୋଭ ରେ ରାଜ୍ୟ ଛାତ୍ର କଂଗ୍ରେସ ର ଉପସଭାପତି ଲିନୁ ବିଶ୍ଵାଳଙ୍କ ନେତୃତ୍ବ ରେ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ରବି ରାୟ, ପୁର୍ବତନ ବିଧାୟକ ଶ୍ରୀ ପ୍ରଭାତ ମହାପାତ୍ର, ପୁର୍ବତନ ଛାତ୍ର କଂଗ୍ରେସ ସଭାପତି ଈ. ସୌମ୍ୟରଞ୍ଜନ ନାୟକ,ଯୁବ କଗ୍ରେସ ରାଜ୍ୟ ସମ୍ପାଦକ ପ୍ରଦୀପ ବେହେରା,ନାରୀ ନେତ୍ରୀ ଗୀତା ସିଂ,ସୁନୀତା ସାଗର, ସନ୍ତୋଷୀ ଚୌଧୁରୀ, ନୀତୁ ସୁନା,ଗଣେଶ ପ୍ରସାଦ,ସନୋଜ ଦାସ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିର ପ୍ରତିବାଦ କରିଥିଲେ। ରାଉରକେଲାରୁ କ୍ୟାମେରାମ୍ୟାନ ମୃତୁଞ୍ଜୟଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ୍ ସଂଘର୍ଷ ନ୍ୟୂଜ୍ ।