ପୁରୀ ସଦର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀଙ୍କ ଜୋରଦାର ପ୍ରଚାର

58

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀରେ ନିର୍ବାଚନ ତାରିଖ ଯେତିକି ପାଖଉଛି ପ୍ରଚାର ମଧ୍ୟ ସେତିକି ଜମିବାରେ ଲାଗିଚି। ପ୍ରାର୍ଥୀ ମାନେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ପୁରୀ ସଦର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ପୁରୀ ସହରର ବିଭିନ୍ନ ୱାର୍ଡ ବୁଲି ଲୋକଙ୍କୁ ଭେଟି ପ୍ରଚାର ଅଭିଯାନ କୁ ଜୋରଦାର କରିଛନ୍ତି। ପୁରୀ ପୌର ପାଳିକାର ଏକ ନମ୍ୱର୍ ୱାର୍ଡ ମାଟିତୋଟା ଅଞ୍ଚଳ ରେ ଜୟନ୍ତ ନିଜ କର୍ମୀଙ୍କୁ ନେଇ ପ୍ରଚାର କରିଚନ୍ତି। ଆଗାମୀ ନିର୍ବାଚନରେ ତାଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ସବୁ ଭୋଟରଙ୍କୁ ନିବେଦନ କରୁଛନ୍ତି ଜୟନ୍ତ। ସେ କହିଛନ୍ତି ପୁରୀ ପୌର ପାଳିକା ରେ ନଗରପାଳ ଥିବା ବେଳେ ସେ ଏକ ନମ୍ୱର୍ ୱାର୍ଡ ର ଅନେକ ବିକାସ କରିଛନ୍ତି। ଏକ ୱାର୍ଡ ତାଂକ ଘର ଭଳି।ସେ ଲୋକଙ୍କ ସୁଖ ଦୁଃଖରେ ଅଛନ୍ତି। ଏକ ନମ୍ୱର୍ ୱାର୍ଡ ର ରାସ୍ତା ଘାଟ, ଆଲୋକ୍ ବ୍ୟବସ୍ଥା, ସହ ଅନେକ ବିକାସ କାର୍ଯ୍ୟ କରିଛନ୍ତି। ଏଣୁ ଆଗାମୀ ନିର୍ବାଚନ ରେ ତାଂକୁ ଏକ ନମ୍ୱର୍ ୱାର୍ଡ ବାସି ନିଶ୍ଚିତ ଆଶୀର୍ବାଦ କରିବେ ବୋଲି ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି। ସେ ଜିତିଲେ ଯାହା କିଛି ସମସ୍ୟା ରହିଚି 6 ମାସ ମଧ୍ଯରେ ସବୁ ସମାଧାନ କରିବେ ବୋଲି ଜୟନ୍ତ ଷଡ଼ଙ୍ଗୀ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ଜୟନ୍ତ ଙ୍କ ସମର୍ଥକ କହିଚନ୍ତି ପୁରୀ ଏକ ନମ୍ୱର୍ ୱାର୍ଡ ରେ ଅନେକ ବିକାସ କାର୍ଯ୍ୟ ଜୟନ୍ତ ଷଡ଼ଙ୍ଗୀ କରିଛନ୍ତି। ତେବେ ଡ୍ରେନେଜ ସମସ୍ୟା କିନ୍ତୁ ସମାଧାନ ହୋଇ ପାରିନାହିଁ। ତେବେ ପୁରୀ ବିଧାୟକ ତଥା ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଙ୍କ ଉପରେ ଲୋକ ଙ୍କ ଆସ୍ଥା ରହିଚି। ଆଗାମି ଦିନରେ ଜୟନ୍ତ ନିର୍ବାଚିତ ହେଲେ ଏକ ନମ୍ବର ୱାର୍ଡ ବାସି ଙ୍କ ଡ୍ରେନଜ ଅସୁବିଧା ଦୂର ହେବ। ଏଣୁ ଜୟନ୍ତଙ୍କୁ ଆଗାମୀ ନିର୍ବାଚନରେ ଭୋଟ ଦେବାକୁ ଭୋଟର ନିଷ୍ପତ୍ତି ନେଇଥିବା ଜୟନ୍ତଙ୍କ ସମର୍ଥକ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More