ପୁରୀ ସତ୍ୟବାଦୀରେ ୫ଟି ସଚିବଙ୍କୁ କାଳିମାଡ

30

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସାକ୍ଷୀଗୋପାଳ କଲେଜରେ ୫-ଟି ସଚିବଙ୍କୁ କାଳିମାଡ । ପୁରୀ ଗସ୍ତରେ ଯାଇଥିବା ୫ଟି ସଚିବ ଭିକେ ପାଣ୍ଡିଆାନଙ୍କୁ ଉପରକୁ ସତ୍ୟବାଦୀସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ କାଳିମାଡ କରା ଯାଇଛି । ସଚିବ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ତାଙ୍କ ଉପରେ କାଳିମାଡ ହୋଇଛି । ପୋଲିସ କାଳିମାଡ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ନିଜ ହେପାଜତକୁ ନେବା ପରେ ତାକୁ ଗିରଫ କରିଛି । କେବଳ ୫-ଟି ସଚିବ ନୁହେଁ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡିଛି । କାଳିମାଡ କରୁଥିବା ଯୁବକ ଜଣକ ହେଉଛନ୍ତି କଣାସ ଅଞ୍ଚଳର ଭାସ୍କର ସାହୁ । ସେ ଏଲଆଇସି ଏଜେଣ୍ଟ ଭାବେ କାମ କରନ୍ତି ଜଣା ପଡ଼ିଛି। ୫ଟି ସଚିବ ମିଶନ ଶକ୍ତି ମହିଳାଙ୍କ ସହ ହାତ ମିଳାଉ ଥିବାବେଳେ ଏହି ସମୟରେ ସେ ବ୍ୟକ୍ତି ହଠାତ୍ ପଶି ଆସି ବୋତଲରେ ଆଣିଥିବା କାଳିକୁ ପାଣ୍ଡିଆନଙ୍କ ଉପରକୁପକାଇ ପକାଇ ଦେଇଥିଲା। କାଳି ପାଣ୍ଡିଆନଙ୍କ ସମେତ ପୁରୀ ଜିଲ୍ଲାପାଳଙ୍କ ଉପରେ ମୁହଁରେ ପଡିଥିଲା । ଏହାପରେ ପୋଲିସ ତାଙ୍କୁ କାବୁ କରି ଗାଡ଼ିରେ ବସେଇ ଥାନାକୁ ନେଇ ଯାଇଛି.

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More