ପୁରୀ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ମତଦାନ କରିବେ ୯୨୧୮୧୪ ଭୋଟର

35

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ୧୦୭- ପୁରୀ, ୧୦୮- ବ୍ରହ୍ମଗିରି ,୧୦୯-ସତ୍ୟବାଦୀ ଓ ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସକାଳ ୭ ଘଟିକା ରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେଉଚି। ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ କରାଯାଇଛି।ଚଳିତ ନିର୍ବାଚନ ରେ ଜିଲ୍ଲାର ଏହି ୪ ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ର
ମୋଟ ୧୦୩୮ ଟି ବୁଥରେ ୯୨୧୮୧୪ ଜଣ ଭୋଟର ମତଦାନ କରିବେ।ସେଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୪୭୩୧୩୩,ମହିଳା ଭୋଟର ଙ୍କ ସଂଖ୍ୟା ୪୪୮୬୦୮ ଓ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୭୩ । ୧୦୭ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୩୯ ବୁଥରେ ୨୪୦୦୭୮ଭୋଟରଙ୍କ ମଧ୍ୟରେ ପୁରୁଷ ୧୨୨୬୬୦, ମହିଳା ୧୧୭୩୭୧, ଓ ଅନ୍ୟାନ୍ୟ ୪୭ ଭୋଟର,୧୦୮ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୭୧ ବୁଥ ମାଧ୍ୟମରେ ୨୨୮୮୪୨ ଭୋଟର ମଧ୍ୟରୁ ୧୧୭୫୦୧ ପୁରୁଷ,୧୧୧୩୨୯ ମହିଳା ଓ ୧୨ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ୧୦୯ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୫୪ ବୁଥରେ ୨୧୪୯୩୨ ମୋଟ ଭୋଟର ଥିବା ବେଳେ ୧୧୦୯୦୪ ପୁରୁଷ,୧୦୪୦୨୦ ମହିଳା ଓ ୮ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି।୧୧୦ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୭୪ ବୁଥ ମାଧ୍ୟମରେ ୨୩୭୯୬୨ ଜଣ ମତଦାତା ଙ୍କ ମଧ୍ୟରୁ ୧୨୨୦୬୮ ପୁରୁଷ, ୧୧୫୮୮୮ ମହିଳା ଓ ୬ ଜଣ ଅନ୍ୟାନ୍ୟ ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More