ନବରଙ୍ଗପୁର(ସଂଘର୍ଷ ମିଡିଆ) : – ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ । ଦାୟିତ୍ଵ ଗ୍ରହଣ କରିବା ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ଦିନିକିଆ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ ରେ ଆସି, ଏହି ଅବସରରେ ସେ ରାଇଘର ଠାରେ ଆୟୋଜିତ ଜନ ସମ୍ପର୍କ ଶୋଭାଯାତ୍ରା ରେ ଯୋଗ ଦେଇଥିଲେ। ନବରଙ୍ଗପୁର ସ୍ଥାନୀୟ ସର୍କିଟ ହାଉସରୁ ରାଇଘର କାର୍ଯ୍ୟକ୍ରମ ସ୍ଥଳକୁ ଯିବା ରାସ୍ତାରେ ପ୍ରଥମେ ସେ ପାପଡାହାଣ୍ଡି ସହିଦ ମିନାର ରେ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଓ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଡ଼ାବୁଗାଁ ଠାରେ ବ୍ଲକ କଂଗ୍ରେସ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଡାବୁଗାଁ ବ୍ଲକ୍ ର ସରାଗୁଡ଼ା ନଦୀ ପୋଲ ଉପରେ ବିପ୍ଳବୀ ସନୁ ମାଝୀ ଓ ସଂଗ୍ରାମୀ ମାନଙ୍କୁ ତିଳ ତର୍ପଣ ଦେଇଥିଲେ ।ପରେ ଉମରକୋଟ ଅଭିମୁଖେ ବାହାରି ବଡ ଭରଣ୍ଡି ସହିଦ ମିନାର ଠାରେ ସହିଦ ବଗା ପୂଜାରୀ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଉମରକୋଟ ଠାରେ ଉମରକୋଟ ପୌରାଞ୍ଚଳ ଓ ବ୍ଲକ କଂଗ୍ରେସ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ସେ ରାଇଘର ଅଭିମୁଖେ ବାହାରି ଥିଲେ। ନବରଙ୍ଗପୁର ଜିଲ୍ଲାରେ କଂଗ୍ରେସ ର ବିପର୍ଯ୍ୟୟ ଘଟିଥିବା ବେଳେ ତାର ଉତଥାନ ପାଇଁ ସ୍ଥାନୀୟ କଂଗ୍ରେସ ର ନେତା ଓ ଦଳର ଅନ୍ୟ ବରିଷ୍ଠ ନେତା ମାନଙ୍କ ସହ ବିଚାର ବିମର୍ଶ କରି ଦଳ ର ଦୁର୍ବଳତା କୁ ଦୂର କରି ଲୋକଙ୍କ ନିକଟକୁ ଯିବେ ଓ ସ୍ଥାନୀୟ ସମସ୍ୟା କୁ ଦୃଢ଼ତାର ସହିତ ଲୋକଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି କହିବା ସହ ବିକାଶ ର ଦ୍ୱାହି ଦେଇ ଲୋକଙ୍କୁ ଭୁଆଁ ବୁଲାଇ ଦୀର୍ଘ ୨୨ ବର୍ଷ ଧରି ଶାସନ ଗାଦି ହାତେଇ ଥିବା ବିଜେଡି ସରକାର ଙ୍କ ବିଫଳତାକୁ ମୁଦା କରି ଲୋକଙ୍କ ନିକଟକୁ ଯିବେ ବୋଲି କହିଛନ୍ତି । ଉଭୟ ବିଜେଡି ଓ ବିଜେପି ଦଳ ମେଣ୍ଟ କରିଥିବା ଅଭିଯୋଗ କରିଛନ୍ତି। ଅତୀତ ରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୬ ଟି ସିଟ ରୁ ସମସ୍ତ ସିଟ ଅକ୍ତିଆର କରିବାରେ ସଫଳ ହେଉଥିଲା, ପର୍ତ୍ତମାନ ମଧ୍ୟ କଂଗ୍ରେସ ଦଳ ସଂଘର୍ଷ କରି ପୁଣି କ୍ଷମତାକୁ ଫେରିବେ ବୋଲି କହିଛନ୍ତି । ବିଜେପି ଦଳ ମଧ୍ୟ ଦୁଇ କୋଟି ଲୋକଙ୍କୁ ଚାକିରି ଓ ପ୍ରତ୍ୟେକ ପରିବାରକୁ ୧୫ ଲକ୍ଷ ଟଙ୍କା ଦେବ ବୋଲି କହି ମିଥ୍ୟା ପ୍ରତିଶ୍ରୁତି ଦେଇ ଦଳ କ୍ଷମତା ଦଖଲ କରିଛନ୍ତି । ତାହା ଲୋକ ଲୋଚନ କୁ ଆଣିବେ ଓ କଂଗ୍ରେସ ଦଳ ହିଁ ଉଭୟ ଦଳ ର ବିକଳ୍ପ ଏବଂ କଂଗ୍ରେସ ଦଳ ଆସିଲେ ହିଁ ଦେଶ ର ପ୍ରଗତି ହେବ ବୋଲି କହିଛନ୍ତି । ଜିଲ୍ଲାରେ ଉଭୟ ବିଜେଡି ଓ ବିଜେପି ବିରୋଧରେ ଲୋକେ ସ୍ୱର ଉଠାଇଲେଣି। ତେଣୁ ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ନିଯୁକ୍ତ ହେବା ପରେ ଦଳ ରେ ଗୋଟିଏ ପରିବର୍ତ୍ତନ ଆସିଛି। ତେଣୁ ଗତକାଲି ବର୍ଷା ମୁଖର ଦିବସରେ ଜିଲ୍ଳାର ରାଇଘର ଠାରେ ଉଭୟ ଦଳ ତ୍ୟାଗ କରି କଂଗ୍ରେସ ଦଳ ରେ ୩ ହଜାର ଲୋକ ଯୋଗ ଦେବେ ବୋଲି ଦଳର ବରିଷ୍ଠ ନେତା ବିଧାୟକ ତାରା ବାହିନୀପତି କହିଛନ୍ତି। ଏଥିସହିତ ଦଳ ୯ ରୁ ୯୦ ଆସନ ଦଖଲ କରିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜଯପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପିସିସି ଉପସଭାପତି , ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ ।