ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟ ଠାରେ ପାର୍ବତୀ ଗିରି ଯୋଜନାକୁ ନେଇ ବିଜେଡିର ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ଦ୍ବାରା ଅନୁଷ୍ଠିତ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଛି।ଵିଶେଷ କରି କେବିନେଟରେ ପାର୍ବତୀ ଗିରି ଯୋଜନା ମାଧ୍ୟମରେ ଗଜପତି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି ରାୟଗଡ ବ୍ଳକ ଓ ଗୋଶାଣି ବ୍ଳକର ଚାଷି କୁଳ ଉପକୃତ କରିବା ପାଇଁ କେବିନେଟ ଅନୁମୋଦନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚାଷୀକୁଳ ତରଫରୁ ଗଜପତି ବିଜୁ ଜନତା ଦଳ ତରଫରୁ ସମସ୍ତ ଅଧିବାସୀଙ୍କ ତରଫରୁ ଆମେ ଧନ୍ୟବାଦ ଅର୍ପଣ କରିବା ସହିତ କୃତଜ୍ଞତା ଜ୍ଞାପନ କରୁଛୁ।ଏହି ପ୍ରଜେକ୍ଟଟି 36 ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯାହା ଦ୍ୱାରା ଚାଷୀକୁଳ ବହୁତ ଉପକୃତ ହୋଇ ପାରିବେ ଚାଷି ମାନଙ୍କର ଯେଉଁ ମରୁଡ଼ି ସମସ୍ୟା ଥିଲା ସେହି ମରୁଡି ସମସ୍ୟା ଆଉ ରହିବ ନାହିଁ ତାହା ଦୂର ହେବା ସହ ଚାଷୀକୁଳ ଉପକୃତ ହୋଇପାରିବେ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ. ତିରୁପତି ରାଓ, ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ରାୟଗଡ ବ୍ଳକ ଅଧ୍ୟକ୍ଷ ପୂର୍ଣ୍ଣ ବାସୀ ନାୟକ,ଗୋଶାଣି ବ୍ଲକ ଅଧ୍ୟକ୍ଷ ଏନ ବୀରରାଜୁ,ଜିଲ୍ଲା ବିଜୁ ଯୁବ ସଭାପତି ଏସ. ଲିଙ୍ଗରାଜ,ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀ କାନ୍ତ ପରିଚ୍ଛା,ପାରଳା ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ, ଏସ ଵାଲା ରାଜୁ,ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗୋମାଙ୍ଗ, ଜାମାଦାର ପଟ୍ଟନାୟକ,କାଶୀନଗର ଏନ ଏ ସି ଅଧ୍ୟକ୍ଷ।ଏମ୍ ସୁଧା ରାଣୀ ପ୍ରମୁଖ ଯୋଗ ଦେଇଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।