କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : /- ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ଯୋଜନା ଅଧିନରେ କେନ୍ଦ୍ରାପଡା ଜିଲାର ଦୁଇଟି ବ୍ଲକର ଢିପ ଚାଷ ଜମିକୁ ଜଳସେଚନ ସୁବିଧା କରିବା ପାଇଁ ରାଜ୍ଯ ସରକାର ଲକ୍ଷ୍ୟ ରଖିଛନ୍ତି l ଏହି ଯୋଜନାକୁ ରାଜ୍ଯ ସରକାର ଅନୁମୋଦନ ପ୍ରଦାନ କରିବା ସହ ଆର୍ଥିକ ବ୍ୟୟ ବରାଦ କରିଛନ୍ତି l ଏହି ଯୋଜନାରେ କେନ୍ଦ୍ରାପଡା ଜିଲାର ଖରାସୁଆ, କାଣି ଓ ବୈତରଣୀ ନଦୀରୁ ଜଳ ଉତ୍ତୋଳନ କରି ଚାଷ ଜମିକୁ ଯୋଗାଇ ଦିଆଯିବ l ଏହି ଯୋଜନା କେନ୍ଦ୍ରାପଡା ଜିଲାର ଆଳି ଓ ରାଜକନିକା ବ୍ଲକ୍ ରେ କାର୍ଯ୍ୟକ୍ଷମ ହେବ l ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଛି l ତେବେ କେନ୍ଦ୍ରାପଡା ଜିଲାର ଚାଷି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଏହି ନିଷ୍ପତ୍ତି କୁ ଜିଲା ବିଜେଡି ପକ୍ଷରୁ ସ୍ୱାଗତ୍ କରାଯାଇଛି l ସ୍ଥାନୀୟ ଗରାପୁର ଡାକବଙ୍ଗଳା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ଜିଲାପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠି, ଜିଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ପ୍ରଫୁଲ୍ଲ ଦାସ ପ୍ରମୂଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l