ବିରିଡି ( ସଂଘର୍ଷ ମିଡିଆ ) : -ପରୀହତ୍ୟା ମାମଲାରେ ସଂଯୁକ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଏହାକୁ ଘଣ୍ଟଘୋଡାଇଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ଦାବିରେ ଆଜି ବିରିଡି ବ୍ଲକ ହାଜିପୁର ବିଜେପି ମଣ୍ଡଳ ପକ୍ଷରୁ ମନ୍ତ୍ରୀ ସାହୁଙ୍କ କୁଶ ପୁତ୍ତଳିକା ଦାହ ହାଜିପୁର ଠାରେ ଅନୁଷ୍ଠିତ ହୋଇଛି। ଏରଥିରେ ମଣ୍ଡଳ ସଭାପତି ସୁଦର୍ଶନ ପଣ୍ଡା ନେତୁତ୍ୱ ନେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପିର ରଂଜନ ବେହେରା,କାମଦେବ ମଲ୍ଲିକ୍, ପାର୍ଥ ସାରର୍ଥୀ ଭୋଇ, ଦିଲ୍ଲୀପ ଭୋଇ,ରାକେଶ ଭୋଇ, ସୁରୋଜ ବିଶ୍ୱାସ, କୃଷ୍ଣଚନ୍ଦ୍ର ସାହୁ, ଆଲୋକ ଖୁଣ୍ଟିଆ, ପ୍ରମୁଖ ଉପସ୍ଥିତ ଥିଲେ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।