ପରିବର୍ତ୍ତନ ଯୋଦ୍ଧାଙ୍କ ଦ୍ଵାରା ରକ୍ତ ଦାନ ଶିବିର ଅନୁଷ୍ଠିତ

12

Get real time updates directly on you device, subscribe now.

କୁଜଙ୍ଗ ( ସଂଘର୍ଷ ମିଡିଆ ) : କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତର ଜନାପାଳ ଠାରେ ଗଢିଥିବା ସ୍ବେଚ୍ଛାସେବୀ ସଂଗଠନ ପରିବର୍ତ୍ତନ ଆନୁକୁଲ୍ୟରେ ଏକ ସ୍ୱୋଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋପବନ୍ଧୁ ଜୟନ୍ତୀ ଉପଲକ୍ଷେ ଏହି ରକ୍ତ ଦାନ ଶିବିର କରାଯାଇ ଥିଲା।ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଇଫକୋର ସହକାରୀ ପରିଚାଳକ ଜ୍ଞାନ ଆଚାର୍ଯ୍ୟ ଉଦ୍ ଘାଟନ କରିଥିଲେ।ଏହି ସଭାରେ ସମାଜ ସେବୀ ସୁନାକର ବେହେରା ଯୋଗ ଦେଇଥିବା ବେଳେ ସ୍ୱୋଛାସେବି ଅନୁଷ୍ଠାନ ପରିବର୍ତ୍ତନ ଯୋଦ୍ଧାର ସଭାପତି ପରଂବ୍ରହ୍ମ ରାଉତ ,ରାହାମା ସଭାପତି ଦେବାଶିଷ ଅକ୍ଷୟ କୁମାର ମହାନ୍ତି,ଉପସଭାପତି ସିଲନ କୁମାର ସାହୁ ସଂପାଦକ ଜ୍ଞାନରଞ୍ଜନ ନାୟକ ଙ୍କ ସହ ସମସ୍ତ ସଭ୍ୟ ମିଶି ଏହି ଶିବିର ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରଷଦ ସଭ୍ୟା ନମିତା ପରିଡ଼ା,ଅରୁଣ କୁମାର ପାଣି, ସ୍ନେହମୟୀ ଆଚାର୍ଯ୍ୟ,ପଦ୍ମ ଲାଭ ସାହୁ ଏବଂ ସଚି ମଲ୍ଲ ପ୍ରମୁଖ ଉପସ୍ଥିତ ରହି ସଭ୍ୟ ଓ ସଭ୍ୟା ମାନଙ୍କୁ ଉତ୍ସାହିତ କରିଥିଲେ। ଜଗତସିଂହପୁର ଓ କଟକ ରେଡକ୍ରସ୍ କର୍ମଚାରୀ ଦ୍ଵାରା ରକ୍ତ ଦାତଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା।ଏହି ସ୍ୱୋଛାକୃତ ରକ୍ତଦାନ ଶିବିରରେ ୧୦୦ରୁ ଅଧିକ ରକ୍ତ ଦାତା ରକ୍ତଦାନ କରିଥିଲେ।ଏହି ଶିବିରକୁ ମାନସ ବାରିକ୍,ଟୁଲୁ ମନ୍ତ୍ରୀ,ଦୀପ୍ତି ରଞ୍ଜନ ରାଉତ ଏଵଂ ସାଗର ମୟୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More