ପଦ୍ମପୁର ଉପନିର୍ବାଚନ , ସାରିଲା ନାମାଙ୍କନ ପତ୍ର ଦାଖଲ

43

Get real time updates directly on you device, subscribe now.

ବରଗଡ(ସଂଘର୍ଷ ମିଡିଆ) : – ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ବିୟୋଗ ପରେ ଓଡ଼ିଶା ନିର୍ବାଚନ କମିଶନ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବା ପରେ ଆଜି ତେର ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପିରୁ ପ୍ରଦିପ ପୁରୋହିତ, କଂଗ୍ରେସ ଦଳରୁ ସତ୍ୟ ଭୂଷଣ ସାହୁ, ବିଜେଡି ଦଳରୁ ବର୍ଷା ସିଂ ବରିହା, ଓଡ଼ିଶା ଜନତା ପାର୍ଟିରୁ ମୁକ୍ତେଶ୍ଵର ଦାଶ, ଅଖିଳ ଭାରତ ହିନ୍ଦୁ ମହାସଭା ରୁ ବିଦ୍ୟାଧର ପାଣ୍ଡବ, ସ୍ବାଧିନ ପ୍ରାର୍ଥୀ ଜୟନ୍ତ ଥପା, ଲୋକନାଥ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବୋଣ୍ଡିଆ, ଗଙ୍ଗାଧର ସାହା, ଦେବବ୍ରତ ସୁନାନି ଦେବାର୍ଚନ ନାଏକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।ଓଜେପି ର ପ୍ରାର୍ଥୀ ମୁକ୍ତେଶ୍ଵର ଦାଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଯଦି ବିଧାୟକ ହେବେ ଚାଷିଙ୍କ କଥା ବୁଝିବେ ଓ ପଦ୍ମପୁର କୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଠାରେ ଉପସ୍ଥାପନ କରି ଅଞ୍ଚଳର ହକ ପାଇଁ ଲଢେଇ ଲଢ଼ିବେ। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଭିନ୍ନ ଗଣମାଧ୍ୟମରେ କହିଛନ୍ତି ଯେ, ସେ ବାପାଙ୍କ ସ୍ବପ୍ନକୁ ପୂରଣ କରିବେ। ଏଠାରେ ପ୍ରଶ୍ନ ଉଠୁଛି ଯେ ବର୍ଷା ସିଂ ବରିହାଙ୍କ ବାପା ବିଜୟ ରଞ୍ଜନ ସିଂହ ବରିହା ପାଞ୍ଚ ପାଞ୍ଚ ଥର ନିର୍ବାଚିତ ହୋଇ କଣ ଅଞ୍ଚଳ ପାଇଁ ଅଧୁ଼ରା ରଖିଲେ ଯେ, ତାହା ପୂରଣ କରିବେ ?ଯିଏ ପାଞ୍ଚ ଥରର ବିଧାୟକ ବିଧାନ ସଭାରେ ପଦୁଟିଏ ବି ଅଞ୍ଚଳ ପାଇଁ ପ୍ରଶ୍ନ ଉଠାଇ ପାରିଲେ ନାହିଁ, ତେବେ ଝିଅ ବର୍ଷା ସିଂ ବରିହା କ’ଣ କରିବେ, ଏହା ଲୋକଙ୍କ ଚର୍ଚ୍ଚା। ଯେହେତୁ ବର୍ଷା ସିଂ ବରିହାଙ୍କ ଉପରେ ଚର୍ଚ୍ଚା ହେଉଛି ଲୋକେ ତା’ର ଜବାବ ମଧ୍ୟ ଦେଇ ପାରନ୍ତି। ଦ୍ବିତୀୟରେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କ ନିଷ୍କ୍ରିୟତା ଓ ନିର୍ଦିଷ୍ଟ କିଛି ଲୋକଙ୍କ ଦ୍ୱାରା ଚାଳିତ ହୁଅନ୍ତି । ଏହା ମଧ୍ୟ ଚର୍ଚ୍ଚା ହୁଏ ଯେ, ସ୍ବାର୍ଥ ପାଇଁ ବେଶି କାମ କରନ୍ତି। ବିଜେପି ପ୍ରାର୍ଥୀ ପ୍ରଦିପ ପୁରୋହିତ ଥରେ ବିଧାୟକ ହୋଇ ଓଡିଶା ରାଜନୀତିରେ ଚର୍ଚ୍ଚିତ। ଲୋକଙ୍କ ସହ ମିଶିବା ରୁ ଆରମ୍ଭ କରି ଅଞ୍ଚଳର ସ୍ବାର୍ଥ ପାଇଁ ଲଢେ଼ଇ କରୁଥିବାରୁ ବିଧାନ ସଭା ଦୋହଲି ଯାଉଥିଲା। ହେଲେ ପରବର୍ତ୍ତୀ ସମୟରେ ସେ ହାରିବାର କାରଣ ସୃଷ୍ଟି ହେଲା, ବିଜେପି ଦଳର କର୍ମୀ ଅସନ୍ତୋଷ ଏବଂ ତାଙ୍କ ସମୟରେ ବିଜେଡି ଦଳିଏ ସବୁ କାମ କରିବା ସହ କିଛି ଟାଉଟର ଇଙ୍ଗିତ ଦ୍ଵାରା ଚଳିବା ‌ଏହା ହେଉଛି ଶ୍ରୀ ପୁରୋହିତଙ୍କ ଆଳୁଦୋଷ। ତଥାପି ଲୋକଙ୍କ ଇଚ୍ଛା ପୁଣି ଥରେ ପଦ୍ମପୁର ରେ ବିଜେପି ବାଜି ମାରିବ ଏବଂ ଅଞ୍ଚଳର ବିକାଶ ଘଟିବ। ଲୋକ ମଧ୍ୟ ଶ୍ରୀ ପୁରୋହିତଙ୍କୁ ହରାଇ ଅନୁତାପ କରୁଛନ୍ତି। ବରଗଡ଼ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More