ପଦ୍ମପୁର ଉପନିର୍ବାଚନ ସମୟରେ ରାଜ୍ୟ ସରକାରଙ୍କର ମୁଣ୍ଡ ବ୍ୟଥା ପାଲଟିଲା କୋସଲ ରାଜ୍ୟ ଦାବି ପ୍ରସଙ୍ଗ

24

Get real time updates directly on you device, subscribe now.

ନୃସିିଂହନାଥ(ସଂଘର୍ଷ ମିଡିଆ) : – ପଶ୍ଚିମ ଓଡ଼ିଶାକୁ ଦୀର୍ଘ ବର୍ଷ ଧରି ସ୍ୱତନ୍ତ୍ର କୋସଲ ରାଜ୍ୟ ଦାବି ପ୍ରସଙ୍ଗ ଉଠିଆସୁଛି କିନ୍ତୁ ଚଲିତ ବର୍ଷ ଏହା ଜୋର ଧରିଥିବା ଦେଖାଯାଇଛି , ବିଧାନସଭା ଘେରାଉ କୋସଲ ମହାବନ୍ଦ ଭଲି ବଡ଼ ଧରଣର ଆନ୍ଦୋଲନ ହେବା ପରେ ଏବେ ପଦ୍ମପୁର ଉପନିର୍ବାଚନକୁ ଟାର୍ଗେଟ ରେ ନେଇଛନ୍ତି କୋସଲ ସଂଗ୍ରାମୀ ,ଆଜି କୋସଲ ରାଜ୍ୟ ମୁକ୍ତି ମୋର୍ଚା ର ଆହ୍ୱାନକ୍ରମେ ଆଇନ ପରାମର୍ଶଦାତା ଅଜିତ ସତପଥି ଙ୍କ ନେତୃତ୍ୱରେ ଶତାଧିକ କୋସଲ ସଂଗ୍ରାମୀ ପଦଯାତ୍ରା ଆରମ୍ଭ କରିଛନ୍ତି ,୨ ଦିନ ବ୍ୟାପି ହେବାକୁ ଥିବା ଏହି ପଦଯାତ୍ରା ନୃସିଂହନାଥ ରୁ ବାହାରି ପଦ୍ମପୁର ପର୍ୟନ୍ତ ଜିବ ମୁଖ୍ୟ ଦାବି କୋସଲ ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଲ ମୁହଁ ଖୋଲିବା ନେଇ ସଙ୍ଗଠନ ଆହ୍ୱାନ ଜଣେଇ ଏହି ପଦଯାତ୍ରା କରୁଥିବା ସୁଚନା ଦିଆଯାଇଛି । ଆଜି ପ୍ରଥମଦିନରେ ନୃସିଂହନାଥ ରୁ ପଦଯାତ୍ରା ଆରମ୍ଭ କରାଯାଇଛି ଏବଂ ମନ୍ଦିର କମିଟି ତରଫରୁ ଏହି ପଦଯାତ୍ରା କୁ ସମର୍ଥନ ଜଣେଇ ସ୍ୱାଗତ ଜଣେଇ ମନ୍ଦିରରେ ପୁଜାର୍ଚନା କଲା ପରେ ପାଇକମାଲ ଆଡ଼କୁ ମୁହାଁଇଥିଲେ ଏବଂ ମାଲଦା ଗ୍ରାମରେ ରାତ୍ର ରହଣି କରିବା ନେଇ ସୁଚନା ମିଲିଛି । ପଦଯାତ୍ରାରେ କୋସଲ ସେନା ସହିତ ଅନେକ କୋସଲ ବାଦି ସଙ୍ଗଠନ ସାମିଲ ହେଇଥିଲେ ,KMM ଉପସଭାପତି ଗଣେଷ ସାହୁ,ବିକାଶ ଅଗ୍ରୱାଲ ,ଛାତ୍ର ନେତା ଆକାଶ ପଣ୍ଡା,କୋସଲ ସଂଗ୍ରାମୀ ସିପୁନ ଖମାରି, ଜୁବ କୋସଲ ନେତା ଜଗନ ମେହେର,ସମ୍ପାଦକ ଗଜପତି ସାହୁ କୋସଲ ସେନା ଉପସଭାପତି ବିରବଲ ମହାକୁର ସମ୍ପାଦକ ଅଶୋକ ଛତର,ଅବିନାଶ ବିଶି,ରମଣୀ ଦନ୍ତ, ନେତ୍ରା ଭିଲ ପ୍ରମୁଖ ଜୋଗ ଦେଇଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More