ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ବିବାଦୀୟ ମନ୍ତ୍ରୀ

43

Get real time updates directly on you device, subscribe now.

ପଦ୍ମପୁର (ସଂଘର୍ଷ ମିଡିଆ) : – ହତ୍ୟା ମାମଲା ଗୁଡିକରେ ଅଭିଯୁକ୍ତ ଥିବା ବିଜେଡି ସରକାରର ବିଧାୟକ ଓ ମାନ୍ତ୍ରୀ ପଦ୍ମପୁର ଉପନିର୍ବାଚନରେ ପ୍ରଚାରକ ଭାବେ ଆସି ପ୍ରଚାର କରୁଥିବା ଜଣାପଡିଛି। ମାହାଙ୍ଗାରେ ପାଞ୍ଚ ପାଞ୍ଚଟି ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ପ୍ରତାପ ଜେନା ଆଜି ପଦ୍ମପୁରରେ ବିଜେଡି ପ୍ରଚାରରେ। ଦିପ୍ତିକାନ୍ତ ସାହୁ, ବିକାଶ ଜେନା, କୁଳମଣି ବରାଳ, ଦିବ୍ୟସିଂହ ବରାଳ, ଏବଂ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ସାକ୍ଷୀ ଥିବା ବିଜେଡି କର୍ମୀ ପ୍ରଫୁଲ୍ଲ ବିଶ୍ବାଳ ହତ୍ୟା ମାମଲାରେ ଅଭିଯୁକ୍ତ। ଯାଜପୁର ଜିଲ୍ଲାର ବିଞ୍ଝାରପୁରର ପିହୁ ଅଢେଇ ବର୍ଷ ନିଖୋଜ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଜେଡି ସରକାର ନ୍ୟାୟ ଦେଇ ପାରିନାହାଁନ୍ତି, ପିହୁର ପିତା ମାତାଙ୍କୁ। ପରି ହତ୍ୟା ମାମଲାରେ ବିଧାୟକ ଅରୁଣ ସାହୁର ସମ୍ପୃକ୍ତି ଥିବାର ଅଭିଯୋଗ ହୋଇଥିଲା।ମମିତା ମେହେର ହତ୍ୟା, ନୟାଗଡ଼ ଜିଲ୍ଲାର ମାନସ ସ୍ବାଇଁ ହତ୍ୟା, କୁଜଙ୍ଗର ଯୁବ ଇଞ୍ଜିନିୟର ଅମୃତ ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଜୁନାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ର। ସୂଚନା କର୍ମୀ ରଞ୍ଜନ ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅତନୁ ସବ୍ୟସାଚୀ ନାୟକ। ପୁରୀ ଜିଲ୍ଲା କର୍ପୋରେଟର ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ଥିବା ମନ୍ତ୍ରୀ ସମୀର ରଞ୍ଜନ ଦାସ। ବିଜେଡି ସରକାର ସମୟରେ ଅନେକ ବିଧାୟକ ଓ ମନ୍ତ୍ରୀଙ୍କ ସଂପୃକ୍ତି ରହିଛି। କଣ୍ଟାମାଳ ବିଧାୟକ ମହିଧର ରଣାଙ୍କ ସଂପୃକ୍ତି ରହିଛି ବିଜେପି କର୍ମୀ ଲୋକନାଥ ପ୍ରଧାନ ହତ୍ୟା ଘଟଣାରେ। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଏବଂ ତାଙ୍କ ପୁଅ ସମ୍ବିତ ରାଉତଙ୍କର ନାଁରେ ମଧ୍ୟ ହତ୍ୟା ମାମଲାରେ ସମୃକ୍ତି ଖବର ସମ୍ନାକୁ ଆସୁଛି। ଯେଉଁଟା କି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପାଖ ପଙ୍କପାଳ ଗ୍ରାମର ଉଲ୍ଲାସ ଜେନା ହତ୍ୟା ଘଟଣାରେ ଦୁଇ ରାଜନେତା ବା ବାପ ପୁଅ ସଂଶ୍ଳିଷ୍ଟ । ପଦ୍ମପୁର ଉପନିର୍ବାଚନକୁ ଆସି ବିଜେଡିକୁ ଭୋଟ ନ ଦେବା ପାଇଁ ଲୋକଙ୍କୁ ଆକୁଳ ନିବେଦନ କରିଛନ୍ତି ତାଙ୍କ ପରିବାର ଲୋକେ। ଆସନ୍ତୁ ଶୁଣିବା କ’ଣ କହୁଛନ୍ତି। ବରଗଡ଼ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More