ଭୁବନେଶ୍ୱର(ସଂଘର୍ଷ ମିଡିଆ) :- ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଥିବା ବେଳେ, ଷ୍ଟର ପ୍ରଚାରକ ତାଲିକାର ପ୍ରଥମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ରହିଛି । ପରେ ଦଳର ଅନ୍ୟ ୩୯ଜଣ ବିଧାୟକ, ନେତା ଓ ମନ୍ତ୍ରୀଙ୍କ ନାଁ ରହିଛି । ତାଲିକାରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ନାଁ ରହିଥିବା ବେଳେ ମନ୍ତ୍ରୀ ପ୍ରତାପ ଦେବ, ଅତନୁ ନାୟକ, ରାଜା ସ୍ୱାଇଁ ଓ ନବ ଦାସଙ୍କ ନାଁ ମଧ୍ୟ ତାଲିକାରେ ସ୍ଥାନ ପାଇଛି । ସେହିପରି ଷ୍ଟାର ପ୍ରଚାରକ ତାଲିକାରେ ପ୍ରଦୀପ ମାଝୀ ଓ ଓଲିଉଡ୍ ସିନେ ତାରକା ଅରିନ୍ଦମ ରାୟଙ୍କ ନାଁ ମଧ୍ୟ ରହିଥିବା ଦେଖିବାକୁ ମିଳିଛି । ହେଲେ ବିଧାୟକ ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସାଂସଦ ଅନୁଭବ ମହାନ୍ତି ଓ ବ୍ୟାମକେଶ ରାୟ ନାଁ ତାଲିକାରେ ରହିନାହିଁ ।