ପଦ୍ମପୁରରେ ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

37

Get real time updates directly on you device, subscribe now.

ବରଗଡ(ସଂଘର୍ଷ ମିଡିଆ ) : ତୈଳଦର ବୃଦ୍ଧି କୁ ନେଇ ଆଜି ପଦ୍ମପୁର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ବରତ୍ତୋଳନ କରାଯାଇଛି। ପେଟ୍ରୋଲ ଡିଜେଲ ଶହେ ଟଙ୍କା ଟପି ଯିବା ପ୍ରତିବାଦରେ କଂଗ୍ରେସ କହିଛି ଯେ ଆମ ସରକାର ଥିଲା ବେଳେ ଶହେ ପଚିଶ ଟଙ୍କାରେ ପେଟ୍ରୋଲ ଲିଟର କିଣି ପଇତିରିଶ ଟଙ୍କାରେ ବିକୁଥିଲୁ, କିନ୍ତୁ ଆଜିର ସରକାର କମ ଟଙ୍କାରେ ପେଟ୍ରୋଲ ଡିଜେଲ କିଣି ଅତ୍ୟଧିକ ଦରବୃଦ୍ଧି କରି ବିକୁଛନ୍ତି। ଏଥିପାଇଁ ସର୍ବସାଧାରଣ ଜନତାଙ୍କ ମୁଣ୍ଡରେ ବୋଝ ପଡୁଛି। ଏହା ଏକ ବଡ଼ ଦୁର୍ନୀତି ହେଉଛି ବୋଲି ଅଭିଯୋଗ ଉଠାଇ ପଦ୍ମପୁର କଂଗ୍ରେସ ଦଳ ରିକ୍ରିଏସନ ସେଣ୍ଟରରୁ ବାହାରି ପଦ୍ମପୁର NAC ରେ କେନ୍ଦ୍ର ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇ ପେଟ୍ରୋଲ ଡିଜେଲ କମ୍ କର କମ୍ କର ବୋଲି ନାରାବାଜି କିଛି ସମୟ କରିବା ପରେ ବ୍ଳକ କୁ ଯାଇ ସେହି ସମାନ ଢଙ୍ଗରେ ନାରାବାଜି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରକୃତରେ ଯେଉଁ ପ୍ରକାର ଦରଦାମ ବୃଦ୍ଧି ପାଉଛି କେନ୍ଦ୍ର ସରକାର ଓ ଓଡ଼ିଶା ସରକାର ଜନସାଧାରଣଙ୍କ ପ୍ରତି ଅନ୍ୟାୟ ହେଉଛି ବୋଲି ଶିକ୍ଷିତ ମହଳରେ ଅସନ୍ତୋଷ ଦେଖାଦେଉଛି। ହେଲେ ସରକାର ସର୍ବସାଧାରଣ ଲୋକଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ନ ରଖି ବ୍ୟକ୍ତିଗତ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ମାନଙ୍କ ସ୍ବାର୍ଥରେ କାମ କରୁଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ଦରଦାମ ଅତ୍ୟଧିକ ମାତ୍ରାରେ ବଢାଇବା ଅର୍ଥ କ’ଣ ? ସର୍ବସାଧାରଣ ଜନତା ଙ୍କୁ ସିଧାସଳଖ ବିଦ୍ଧ ନ କରି ପରୋକ୍ଷରେ ହତ୍ୟା କରାଯାଉଛି ଭଳି କଥା ନୁହେଁ କି? ରାଜ୍ୟ ଓ କେନ୍ଦ୍ର ସରକାର ଉତ୍ତର ରଖନ୍ତୁ, ଏହା ନୁହେଁ କି? ଲୋକେ ଆପଣଙ୍କୁ ନିର୍ବାଚିତ କରି ଶାସନ ଗାଦିରେ ବସାଇବା କ’ଣ ଭୁଲ କି ? ଯେ ଆପଣ ଯାହା ଚାହିଁବେ ଅତ୍ୟାଚାର କରିବେ।ମନ ଇଚ୍ଛା କାର୍ଯ୍ୟ କରିଚାଲିବେ। ଯେଉଁଟାକି ଲୋକଙ୍କ ସ୍ବାର୍ଥ ରେ ଆଞ୍ଚଆଣି ସ୍ଥିର ରଖି ଦେବେନି। ରାଜ୍ୟ ଓ କେନ୍ଦ୍ର ସରକାର ଯାହା କଲେ ସହିଯିବେ ଲୋକେ ଏହା ଭାବନ୍ତୁ ନାହିଁ। ବିରୋଧୀ ଦଳ ହେଉଛି ସତର୍କ ଘଣ୍ଟି। ଆପଣଙ୍କ କାର୍ଯ୍ୟଧାରାକୁ ନେଇ ଜନତା ଅଦାଲତରେ ସରକାର ପରିଧାନ କରିଥିବା ବସ୍ତ୍ର ଖୋଳି ବିଚାର ବିଭାଗୀୟ କାଠଗଡାରେ ଠିଆ କରି କରିଦେବେ। ପରିସ୍ଥିତି ଏମିତି କିଛି ଥିବ କେହି ବଞ୍ଚାଇ ପାରିବେ ନାହିଁ। ରାଜ୍ୟ ଓ କେନ୍ଦ୍ର ସରକାର ଫସିବା ପୂର୍ବରୁ ଦୁର୍ନୀତିରୁ ବିରତ ରୁହନ୍ତୁ। ଏହା ଜନତାଙ୍କ ସ୍ବର। କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବ ରାଜ୍ୟବ୍ୟାପୀ ଉଭୟ ସରକାରଙ୍କ ବିରୁଦ୍ଧରେ। ଏହି ବିକ୍ଷୋଭ ପ୍ରଦର୍ଶନରେ କଂଗ୍ରେସ ର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚମ୍ପକେଶ୍ବର ପୁରୋହିତ, ବରିଷ୍ଠ ଆଇନଜୀବି ଗୋନ୍ତିଆ କୁମାର ସାହୁ, ଆଇନଜୀବି ଦିଲ୍ଳୀପ ଦାନୀ, ଆଇନଜୀବି ସନ୍ତୋଷ ସତପଥି, ପ୍ରଦୀପ ବେହେରା,ମାୟାରାମ ସୁନା, ଦୀପ୍ତି ଦାଶ,ପଞ୍ଚା ସାହୁ,ବୁଡାମାଲ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଆର୍ତ୍ତତ୍ରାଣ ଝାଙ୍କର ଉପସ୍ଥିତ ଥିଲେ। କଂଗ୍ରେସ ଭିକ୍ଷୋଭ ପ୍ରଦର୍ଶନରେ ଯେମିତି କୋୖଣସି ଅପ୍ରୀତିକର ପରିସ୍ଥିତି ନହେବ ସେଥିପାଇଁ ପଦ୍ମପୁର ପୋଲିସ ସବ-ଇନ୍ସପେକ୍ଟର ରବୀନ୍ଦ୍ର କୁମାର ହେମ୍ବ୍ରମଙ୍କ ସହ ପୋଲିସ ବାହିନୀ ସଜାଗ ଥିଲେ। ବରଗଡ଼ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ନ୍ଯୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More