ନୂଆପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଜେଲଭରୋ ଆନ୍ଦୋଳନ

32

Get real time updates directly on you device, subscribe now.

ନୂଆପଡା(ସଂଘର୍ଷ ମିଡିଆ) : -ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ପିସିସି ର ନିର୍ଦ୍ଦେଶକ୍ରମେ ଜିଲ୍ଲା କଂଗ୍ରେସ କମିଟି, ନୂଆପଡ଼ା ପକ୍ଷରୁ ଦୁଇ ହଜାର ରୁ ଅଧିକ କଂଗ୍ରେସ କର୍ମୀ ମାନଙ୍କୁ ନେଇ ତେଲିପଡା ଛକ୍ ଏକ ବିଶାଳ ପଦଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ଯାଳୟ ଘେରାଉ କରାଯାଇଥିଲା I କିଛିଦିନ ଧରି ରାଷ୍ଟ୍ରୀୟ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଙ୍କୁ ବାରମ୍ବାର ଇଡି ଦ୍ଵାରା ସମନ କୁ ବିରୋଧ କରାଯିବ ଏବଂ ମୁଡ଼ି,ଗୁଡ,ଖଇ ଭଲି ଅତ୍ୟାବଶ୍ୟକ ସାମଗ୍ରୀରେ ୫% ଜିଏସଷ୍ଟି କରି ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି ବୋଲି ଦୃଢ ନିନ୍ଦା କରାଯିବା ସହ ଉଭୟ ସରକାର ବିରୋଧରେ ଜୋରଦାର୍ ନାରାବାଜି କରାଯାଇଥିଲା l ଏହି ବିକ୍ଷୋଭ ସଭାରେ ଖରିଆର ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦାନ କରି କେନ୍ଦ୍ର ସରକାର ଉପରେ ବାର୍ଷିଥିଲେ l ଯଦି କୌଣସି ପଦକ୍ଷେପ ଗ୍ରହଣ ନ କରି ଅତ୍ୟାବଶ୍ୟକ ସାମଗ୍ରୀ ରେ ଜିଏସଷ୍ଟି ଫେରେଇ ନିଅନ୍ତୁ ନଚେତ୍ ଆଗାମୀ ଦିନରେ ରାଜ୍ୟବ୍ୟାପୀ ପଦଯାତ୍ରା କରି ସରକାର ବିରୁଦ୍ଧରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି Iଏହି ବିକ୍ଷୋଭ ସଭାରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଘାସିରାମ ମାଝୀ ସହ ବରିଷ୍ଠ ନେତା ଭକ୍ତ ଶବର, ଫାରୁକ୍ ମହମ୍ମଦ,ବିରଞ୍ଚି ବାଗ୍, ଇଶାକ ମହମ୍ମଦ, ମୋତି ରାୱଲ, ଖରିଆର ଏନ୍ଏସି ଅଧ୍ୟକ୍ଷ ଉଜ୍ଜ୍ଵଳ ଗୁପ୍ତା, ଜିଲ୍ଲାପରିଷଦ ସଭ୍ୟ ଭରତ ରାଉତ, ଓବିସି ଜିଲ୍ଲା ସଭାପତି ହିରାଧର ମେହେର, ଜିଲ୍ଲା ଯୁବ ସଭାପତି କପିଳେନ୍ଦ୍ର ଭୋଇ, ନୂଆପଡ଼ା ବିଧାନ ଯୁବ କଂଗ୍ରେସ ସଭାପତି ଶ୍ରୀ ଶାହାରୁଖ୍ ଖାନ୍, ସୌରଭ ଚନ୍ଦ୍ରକାର, ସଦର ବ୍ଲକ ସଭାପତି ଜଗଦୀଶ ସାହୁ,କୋମନା ବ୍ଲକ ସଭାପତି କୈଳାଶ ବାଗ, ଯୁବ ସଭାପତି ନରେନ୍ଦ୍ର ନାଗ, ବିରାଟ ବାଗ, ଶ୍ୟାମସୁନ୍ଦର କୁଲଦୀପ ପ୍ରମୁଖ ଉପସ୍ଥିତ ଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More