ନୂଆଗଡ଼ ବ୍ଳକରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

18

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକର ଖଜୁରୀ ପଦା ଠାରେ ଗଜପତି ବିଜେଡି ପକ୍ଷରୁ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।ଏହି ଜନ ସଂପର୍କ ପଦଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ,ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀ କାନ୍ତ ପରିଚ୍ଛା, ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗୋମାଙ୍ଗ ରାୟଗଡ ବ୍ଳକ ଅଧ୍ୟକ୍ଷ। ପୂର୍ଣ୍ଣ ବାସୀ ନାୟକ, ବରିଷ୍ଠ ନେତା ଜାମା ଦାର ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ଜଗବନ୍ଧୁ ଦାସ,ବରିଷ୍ଠ ବିଜେଡି ନେତ୍ରୀ ମରିୟମ ରଇତ,ବରିଷ୍ଠ ବିଜେଡି ନେତା ଧନେଶ୍ୱର ଭୂୟାଁଙ୍କ ସମେତ ବହୁ ନେତା ଓ କର୍ମୀ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ତୃଣମୂଳ ସ୍ତରରେ କିପରି ଲୋକଙ୍କ ନିକଟରେ ପହଞ୍ଚି ପାରିବ ବିକାଶର ଧାରା କୁ ତ୍ୱରାନ୍ୱିତ କରିବା ସକାଶେ ଲୋକାଭିମୁଖୀ ଯୋଜନା ସଫଳ ରୂପାୟନ କରିବା ସକାଶେ ଲୋକଙ୍କୁ ସଚେତନତା କରାଯାଉଛି।ସଚେତନତା ଦ୍ଵାରା ସରକାରଙ୍କ ଯୋଜନା ପ୍ରକୃତ ହିତାଧିକାରୀ ଯୋଜନାରେ ସାମିଲ ହୋଇ ପାରିବେ ଓ ତୃଣମୂଳ ସ୍ତରରେ ବିକାଶର ଧାରା କୁ ତ୍ୱରାନ୍ୱିତ କରାଯାଉଛି।ଏହି ପଦଯାତ୍ରା ଦ୍ଵାରା ଜନ ସାଧାରଣ ସଚେତନତା ହୋଇ ପାରିବେ ଜିଲ୍ଲାର ବିକାଶର ଅଗ୍ରଗତି ହୋଇ ପାରିବ ବୋଲି ଆଶା କରାଯାଉଛି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More