ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଶ୍ରୀମନ୍ଦିର ମୁହାଁ ଏବେ ନେତା

29

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଶ୍ରୀମନ୍ଦିର ମୁହାଁ ଏବେ ନେତା। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆଗାମୀ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେନେଇ ମହାପ୍ରଭୁଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି ନେତା। ତେବେ ବିଜେଡ଼ି ନେତା ଅରୁଣ ସାହୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ବିଜେଡ଼ି ପରାଜୟର ସମୀକ୍ଷା ହେବ। ଏନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ପରାଜୟର କାରଣ କ’ଣ ରହିଛି ଏବଂ ଏଥିପାଇଁ କିଏ ଦାୟୀ ତା’ର ତର୍ଜମା କରାଯାଇ ବିଜେଡ଼ି ସୁପ୍ରିମୋ ଙ୍କୁ ପ୍ରଦାନ କରାଯିବ। ସେପଟେ ବିଜେପିର ନବନିର୍ବାଚିତ ନିମାପଡ଼ା ବିଧାୟିକା ପ୍ରଭାତି ପରିଡା ମଧ୍ୟ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସେ କହିଛନ୍ତି ସରକାର ଗଠନ ହେବାର ୬ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର ଚାରି ଦ୍ବାର ଭକ୍ତଙ୍କ ପାଇଁ ଖୋଲାଯିବ। ସେହିପରି ଖୁବଶୀଘ୍ର ରତ୍ନଭଣ୍ଡାର ମଧ୍ୟ ଖୋଲାଯିବ। ଆଗାମୀ ଦିନରେ ବିଜେପି ସରକାର ନେତୃତ୍ୱରେ ଓଡ଼ିଶା ଏକ ବିକଶିତ ରାଜ୍ୟ ଭାବେ ପରିପ୍ରକାଶ କରିବ ବୋଲି କହିଛନ୍ତି ପ୍ରଭାତୀ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More