ନବଗଠିତ ଜିଲ୍ଲା କଂଗ୍ରେସର ପ୍ରଥମ ବୈଠକ, ସଙ୍ଗଠନକୁ ମଜବୁତ କରିବା ପାଇଁ ସଂକଳ୍ପ

36

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ ) : ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ବିଭିନ୍ନ ସମସ୍ୟା ତଥା ଦୁର୍ନୀତି ବାବଦ ରେ ନିରନ୍ତର ସ୍ୱର ଉତ୍ତୋଳନ କରାଯାଇ ଆଜି କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ପ୍ରଥମ ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀ ଅଧ୍ୟକ୍ଷତା କରିଥିଲେ।ଏହି ବୈଠକର ପ୍ରାରମ୍ଭରେ ସେବାଦଳ ତରଫରୁ ବନ୍ଦେ ମାତରମ ଗାନ କରାଯିବାସହିତ ସେବାଦଳ ମୁଖ୍ୟ ସଙ୍ଗଠକ ବିନୋଦ ରାଉତ ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ସଙ୍ଗଠନରେ ଶୃଙ୍ଖଳିତ ଭାବେ କାମ କରିବାକୁ ଶପଥ କରାଇଥିଲେ।ଏହି ଅବସରରେ ସଭାପତି ଶ୍ରୀ ତିର୍କୀ ସମସ୍ତ ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ନିଯୁକ୍ତିପତ୍ର ପ୍ରଦାନ ସହ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପୂର୍ବତନ ସଭାପତି ତଥା କମିଟିର ନିମନ୍ତ୍ରିତ ସଦସ୍ୟ ବିରେନ ସେନାପତି,ଉପସଭାପତି ଦେବବ୍ରତ ବିହାରୀ ଓ ଶୋଭା ସିଂହ ତଥା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଗଣେଶ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ସଙ୍ଗଠନକୁ ମଜବୁତ କରିବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସାଧାରଣ ସମ୍ପାଦକ ରାଜେଶ ଟପୋ,ମହିଳା କାର୍ଯ୍ୟକାରି ସଭାନେତ୍ରୀ ନିରୂପମା ବଳିୟାରସିଂ ପ୍ରମୁଖ ବକ୍ତବ୍ୟ ରଖି ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆବଶ୍ୟକୀୟ ଦଳୀୟ କାର୍ଯ୍ୟାନୁଷ୍ଠାନ ବାବଦରେ ମତ ରଖିଥିଲେ।ଦଳ ତରଫରୁ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ ତଥା ବାସନ୍ତୀ କଲୋନୀ ଆବାସିକ ଅଞ୍ଚଳରୁ ମଦ ଦୋକାନ ଉଚ୍ଛେଦ, ସେଣ୍ଟ୍ରାଲ ପାର୍କ ଦୁର୍ନୀତି ଇତ୍ୟାଦି ସମ୍ପର୍କରେ ଶ୍ରୀ ତିର୍କୀ ସମ୍ୟକ ସୂଚନା ଦେଇ ଏସବୁ ପାଇଁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ଘୋଷଣା କରିଥିଲେ।ଡେଙ୍ଗୁ ରୋଗର ବ୍ୟାପକତା ଓ ବିପର୍ଯ୍ୟସ୍ତ ସାସ୍ଥ୍ୟ ସେବା ଓ ଶିଶୁ ବିକ୍ରି ଇତ୍ୟାଦି ପ୍ରସଙ୍ଗରେ ଦଳ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ତିର୍କୀ ଘୋଷଣା କରି ଏସମ୍ପର୍କରେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯିବ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ଇଂ.ରାମପୁକାର ସିଂହ,ବ୍ଳକ୍ କଂଗ୍ରେସ ସଭାପତି ରଘୁ ଦାସ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଶେଷ ରେ ସେବାଦଳ ତରଫରୁ ଜାତୀୟ ସଙ୍ଗୀତଗାନ କରାଯାଇ ସଭାକାର୍ଯ୍ୟ ଭଙ୍ଗ କରାଯାଇଥିଲା ବୋଲି ମୁଖପାତ୍ର କୈଳାସ ଚନ୍ଦ୍ର ସାହୁ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି । ରାଉରକେଲା ରୁ କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ୍ ସଂଘର୍ଷ ନିଉଜ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More