ନଗର କଂଗ୍ରେସ କମିଟି ସଭାପତି ହେଲେ ପ୍ରଦୀପ ସାହୁ

16

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – କଂଗ୍ରେସ ଦଳକୁ ସୁ ସଂଗଠିତ କରିବା ପ୍ରୟାସ ଆରମ୍ଭ ହେବା ପରିପ୍ରେକ୍ଷୀରେ ନବରଙ୍ଗପୁର ନଗର କଂଗ୍ରେସ କମିଟିର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ନବରଙ୍ଗପୁର ସହରର ନୂତନ କଂଗ୍ରେସ କମିଟିର ସଭାପତି ଭାବେ ଦଳର ପୂର୍ବତନ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ସାହୁ ନିର୍ବାଚିତ ହୋଇଛନ୍ତି। ନୂତନ ମଣ୍ଡଳ କଂଗ୍ରେସ ସଭାପତି ଭାବେ ଶ୍ରୀ ନବ କିଶୋର ମନ୍ଦାର ଓ ଶ୍ରୀ ଦେବ କାନ୍ତ ପଣ୍ଡା ମନୋନୀତ ହୋଇ ଛନ୍ତି,ସେହିଭଳି ସହରରୁ ଉପ ସଭାପତି ଭାବେ ଶ୍ରୀମତୀ କାମିନୀ ତ୍ରିପାଠୀ ଓ ଶ୍ରୀ ସୁନାମ ପାତ୍ର ସୁନା,ସମ୍ପାଦକ ଭାବେ ଶ୍ରୀ କୁନା ଗୌଡ଼ ଓ ସୁରଜ୍ ଲାଲ,ଜିଲ୍ଲା କଂଗ୍ରେସ ସଭ୍ୟ ଭାବେ ଦଳର ବରିଷ୍ଠ ନେତା ଶ୍ରୀ ସୁବାସ ଚନ୍ଦ୍ର ସୁର,ଶ୍ରୀ ସତ୍ୟନାରାୟଣ ତ୍ରିପାଠୀ,ସଦମ ରାଜା, କାଳୀ ଚରଣ ପାତ୍ର,ସୁଶ୍ରୀ ନିଲମ୍ ହରିଜନ ମନୋନୀତ ହୋଇଛନ୍ତି। ଶ୍ରୀ ବାସୁଦେବ ପଟ୍ଟନାୟକ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ସେହିଭଳି ତୃତୀୟ ଥର ପାଇଁ ଅଧିବକ୍ତା ଶ୍ରୀ ଦିଲ୍ଲିପ କୁମାର ବେହେରା ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି।ଏହି ସମସ୍ତ ନିର୍ବାଚନ ପ୍ରକ୍ରିୟାରେ ପୌର ପରିଷଦର ସମସ୍ତ ସକ୍ରିୟ ସଭ୍ୟ ଉପସ୍ଥିତ ରହିଥିବା ବେଳେ ଏ ଆଇ ସି ସିର ଡି ଆର ଅ ଶ୍ରୀ ତାପସ କଦାଲି,ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସଦନ ନାୟକ, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନା ତ୍ରିପାଠୀ, ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ନବରନ୍ହପୁର୍ ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ସଙ୍ଘର୍ସ୍ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More