ଧାମନଗର ଉପ-ନିର୍ବାଚନ ପାଇଁ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ୍

14

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) :-

ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି। ଦିବଙ୍ଗତ ନେତା ତଥା ପୂର୍ବତନ ଧାମନଗର ବିଧାୟକ ବିଷ୍ଣୁ ସେଠି ଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ନିର୍ଦ୍ଧାରିତ ସମୟରେ ଆସି ଭଦ୍ରକ ବ୍ଲକ ସ୍ଥିତ କାର୍ଯ୍ୟଳରେ ରିଟର୍ଣ୍ଣିଙ୍ଗ ଅଫିସରଙ୍କୁ ଦୁଇ ସେଟର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଏହି ସମୟରେ ଦୁଇ ଜଣ ପ୍ରସ୍ତାବକଙ୍କ ସମେତ ଦଳର ରାଜ୍ଯ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ମନମୋହନ ସାମଲ ଏବଂ ଅନ୍ୟ ନେତୃତ୍ୱ ଉପସ୍ଥିତ ଥିଲେ। ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ହେଉଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଗତ ସାଧାରଣ ନିର୍ବାଚନ ସମୟରେ ସେ ଇଂଜିନିୟରିଂ ଚାକିରି ଛାଡ଼ି ବାପାଙ୍କ ରାଜନୈତିକ ଜୀବନରେ ସହଯୋଗ କରିଥିଲେ। ଆଜି ପ୍ରଥମେ ତିହିଡି ମଙ୍ଗରାଜପୁର ସ୍ଥିତ ପୈତୃକ ଗାଁ ଓ ପରେ ଭଦ୍ରକ କୁଆଁସ ସ୍ଥିତ ବାସଭବନ ରେ ସ୍ୱର୍ଗତ ବିଷ୍ଣୁ ସେଠିଙ୍କୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ମାଆ ଓ ଭଉଣୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ. ଉପ ନିର୍ବାଚନରେ ନିଶ୍ଚୟ ବିଜେପି ବିଜୟ ହେବ ବୋଲି ବିଜେପିର ବରିଷ୍ଠ ନେତା ମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More