ଧାମନଗରେ ଉପନିର୍ବାଚନକୁ ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

25

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଧାମନଗର ନିର୍ବାଚନ ମଣ୍ଡଳୀର ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ଯାଜାପୁର ଜିଲ୍ଲାରୁ ଗୁଣ୍ଡା ମାନେ ଆସି ବୁଥ୍ ଗୁଡିକୁ ରେଗିଙ୍ଗ କରିଥିଲେ । ସେହି ବୁଥ୍ ଗୁଡିକୁ ବିଜେପି ପକ୍ଷରୁ ଚି଼ହ୍ନଟ କରାଯାଇ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ମାଧ୍ୟମରେ ଜଣାଇଥିଲେ। ଧାମନଗର ଉପ ନିର୍ବାଚନରେ ସେହି ବୁଥ୍ ଗୁଡିକୁ ସମ୍ବେଦନଶୀଳ ଓ ସୁପର ସମ୍ବେଦନଶୀଳ କରାଯାଉ ବୋଲି ଜିଲ୍ଲା ପ୍ରଶାସନକୁ ଜଣାଇଥିଲା ବିଜେପି । ଜିଲ୍ଲାପାଳ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଭଦ୍ରକ ଜିଲ୍ଲାପାଳ ଓ ଏସପି ବିଜେଡ଼ିର ଏଜେଣ୍ଟ ସାଜି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଗୁଡିକୁ କାଟି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଶ୍ଚନ୍ଦନ । ଏ ନେଇ କେନ୍ଦ୍ରରୁ ଆସିଥିବା ଦୁଇ ଜଣ ନିର୍ବାଚନ ଅବଜରଭର ନିରଞ୍ଜନ କୁମାର ଓ ପ୍ରନେଶ ଗୁପ୍ତାଙ୍କୁ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ 10 ଜଣିଆ ଟିମ ସାଳନ୍ଦୀ ଗେଷ୍ଟ ହାଉସରେ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ । ଦାବି ଜଣାଇଥିଲେ କି ଆମେ ଯେଉଁ ବୁଥ୍ ଗୁଡିକୁ ସମ୍ବେଦନଶୀଳ ଓ ସୁପର ସମ୍ବେଦନଶୀଳ ଜଣାଇଥିଲୁ ତାହା ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କାଟି ଦେଇଛନ୍ତି । ଯଦି ଏହି ଉପ ନିର୍ବାଚନରେ ସେମିତି କିଛି ଅପ୍ରତିକାର ପରିସ୍ଥିତି ସୃଷ୍ଟି ହୁଏ ତାହା ହେଲେ ନବୀନ ପଟନାୟକ ଦାୟୀ ରହିବେ ବୋଲି କହିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଶ୍ଚନ୍ଦନ । ଏ ସମ୍ପର୍କରେ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଜଣାଇବେ ବୋଲି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More