ଧାମନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ୱର ଟୁଡୁଙ୍କ ଜୋରଦାର ପ୍ରଚାର

18

Get real time updates directly on you device, subscribe now.

ଆଙ୍କର… ଗଣତନ୍ତ୍ରରେ ଅହଙ୍କାର କେବେ ଗ୍ରହଣୀୟ ନୁହେଁ । ରାବଣ ଓ କଂସର ବି ଦିନେ ଅହଙ୍କାର ଭାଙ୍ଗିଥିଲା । ଜନ ଆଶୀର୍ବାଦ ବଳରେ ଶାସକ ଦଳର ଅହଙ୍କାର ଭାଙ୍ଗିବ ଏବଂ ସୂରଜଙ୍କ ଭଳି ଯୁବ ନେତୃତ୍ୱକୁ ଧାମନଗରର ଜନତା ମାଆ ମାଟିର ସେବା କରିବା ପାଇଁ ସୁଯୋଗ ଦେବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପ୍ରଚାରର ଦ୍ୱିତୀୟ ଦିନରେ ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା କରିବା ଅବସରରେ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ତିହିଡି ବ୍ଲକର ପାଳିଆ ବଜାର, ପାଳିଆବିନ୍ଧା, କୁମାର ସାହୀ, ଅଲି ବଜାର ଓ ଗୁଆମାଳ ସମେତ ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ । ସେ କହିଛନ୍ତି ଯେ ରାଜ୍ୟରେ ମହିଳା ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କ ଦୀର୍ଘ ୨୨ ବର୍ଷ ଶାସନରେ ମହିଳାମାନେ ଅଧିକ ନିର୍ଯ୍ୟାତିତ । ଡାକ୍ତରଖାନାକୁ ଯିବା ପାଇଁ ପ୍ରସୂତିମାନେ ଖଟରେ ବୁହା ହେଉଛନ୍ତି । ବ୍ରିଟିଶର ଅହଙ୍କାରକୁ ମଧ୍ୟ ଭଦ୍ରକର ବୀର ସଂଗ୍ରାମୀମାନେ ଭାଙ୍ଗି ଦେଇଛନ୍ତି । ଧାମନଗର ହେଉଛି ସ୍ଵାଭିମାନର ମାଟି, କେବେ ସାଲିଶ୍ କରିବା ଶିଖିନି । ଏହି ବୀର ଭୂମିରେ ଶାସକ ଦଳର ଅପପ୍ରଚାରକୁ ସ୍ଥାନୀୟବାସୀ କେବେ ବି ପ୍ରଶୟ ଦେବେ ନାହିଁ । ସୂରଜ ଜଣେ ଉଚ୍ଚ ଶିକ୍ଷିତ ଓ ଲଢୁଆ ଯୁବକ । ଲୋକପ୍ରିୟ ନେତା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଆଦର୍ଶରେ ସେ ନିଜ ମାଟି ମାଆର ସେବା କରିବା ପାଇଁ ରାଜନୈତିକ ଯାତ୍ରା ଆରମ୍ଭ କରିଛି । ଧାମନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସମର୍ଥନ ଅତୁଟ ରହିଛି । ଏଠାକାର କୋଣ ଅନୁକୋଣରେ ଜନପ୍ରିୟ ନେତା ସ୍ୱର୍ଗତ ବିଷ୍ଣୁ ଭାଇଙ୍କ ସ୍ମୃତି ଜୀବିତ ଅଛି । ମାଆମାନେ ଦଳ ମତ ନିର୍ବିଶେଷରେ ସୂର୍ଯ୍ୟବଂଶୀଙ୍କୁ ଆଶୀର୍ବାଦ ଦେଉଛନ୍ତି । ଏ ଅଞ୍ଚଳର ଟାଣୁଆ ନେତା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସ୍ୱର୍ଗୀୟ ବିଷ୍ଣୁ ସେଠୀ ଓ ବିଜେପି ପ୍ରତି ଜନତାଙ୍କ ଆସ୍ଥା ଅତୁଟ ରହିଛି ।ଏଥର ବିଜେପିର ବିଜୟ ସୁନିଶ୍ଚିତ ବୋଲି ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସେହିପରି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଧୁସୁରୀ ଅଞ୍ଚଳର ହସନାବାଦ, ଅର୍ଜୁନପୁର, ଆନନ୍ଦପୁର,ଖଡିପଦା,କରଦା ଆଦି ବିଭିନ୍ନ ଅଞ୍ଚଳରେ ସୂର୍ଯ୍ୟବଂଶୀ ସୁରଜଙ୍କ ପାଇଁ ମାରାଥନ ପ୍ରଚାର କରି ସୂରଜକୂ ବିଜୟ କରିବାକୁ ଭୋଟରଙ୍କୁ ଅନୁରୋଧ କରିବା ସହ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ଏବଂ ବିଜେଡି ସରକାରର ୨୫ ବର୍ଷଧରି ଏ ଅଞ୍ଚଳ ପ୍ରତି କ’ଣ କରିଛି ଲୋକ ତାକୁ ଭୋଟ ଦେବେ ବୋଲି କହିବା ସହ ସୂର୍ଯ୍ୟବଂଶୀ ସୁରଜଙ୍କୁ ବହୁ ଭୋଟରେ ବିଜୟୀ କରିବାକୁ ଭୋଟରଙ୍କୁ ଅନୁରୋଧ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More