ଧାମନଗରରେ ଅବାଧ ଓ ନିରପେକ୍ଷ ନିର୍ବାଚନ ଦାବିକରି ଭଦ୍ରକ ଏସପି ଅଫିସ୍ ସମ୍ମୁଖରେ ସତ୍ୟାଗ୍ରହରେ ବସିଲେ ରାଜ୍ୟ ବିଜେପିର ପ୍ରତିନିଧି ଦଳ
ଭଦ୍ରକ(ସଂଘର୍ଷ ମିଡିଆ) : ଆସନ୍ତା ୩ ତାରିଖରେ ହେବାକୁ ଥିବା ଧାମନଗର ଉପନିର୍ବାଚନକୁ ମୁକ୍ତ, ନିରପକ୍ଷ, ଭୟମୁକ୍ତ ନିର୍ବାଚନ ଦାବି କରିବା ସହ ଶାସକ ଦଳ ଧାମନଗରରେ ଯେଉଁଭଳି ବିଭିନ୍ନ ଗାଁ ଗଣ୍ଡାରେ ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରିବା ସହ ଗୁଣ୍ଡାରାଜ କରୁଛି ପୋଲିସ ସେମାନଙ୍କୁ ସହଯୋଗ କରୁଛି ପ୍ରଶାସନିକ ପକ୍ଷପାତିତା ବିରୋଧରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଆଜି ଦିନ ୧୧ ଘଟିକା ଠାରୁ ଭଦ୍ରକ ଏସପି କାର୍ଯ୍ୟାଳୟ, ସମ୍ମୁଖରେ ସତ୍ୟାଗ୍ରହରେ ରାଜ୍ୟ ସଭାପତି ସମୀର ମହାନ୍ତି, ବ୍ରାହ୍ମଗିରି ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର- ରାଜ୍ୟ ଉପ ସଭାପତି ଭାସ୍କର ମଢେଇ- ଉଦଳା ବିଧାୟକ ତଥା ରାଜ୍ୟ ଉପ ସଭାପତି ସୁକାନ୍ତ ବିଶ୍ଵାଳ – ନୀଳଗିରି ବିଧାୟକ ନବ ଚରଣ ମାଝୀ – ରାଇରଙ୍ଗପୁର ବିଧାୟକ ସନାତନ ବିଜୁଳି – ବଡ଼ସାହି ବିଧାୟକ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଓ ଅଭିମନ୍ୟୁ ସେଠୀ , ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ଠାକୁର ରଞ୍ଜିତ ଦାସ ଅନିଲ ବିଶ୍ଵାଳ ,ମନୋଜ ମହାପାତ୍ର, ବରିଷ୍ଠ ନେତା ତୁଷାର କାନ୍ତି ଜେନା, ଅକ୍ଷୟ ସାହୁ, ଜଗନ୍ନାଥ ପ୍ରଧାନ ବଦ୍ରି ନାରାୟଣ ଧଳ, ପ୍ରଦୀପ ନାୟକ ପ୍ରମୁଖ ସତ୍ୟାଗ୍ରରେ ବସିଛନ୍ତି ।