ଦୁଲୁକୁଛି ଧାମନଗର, ନିର୍ବାଚନ ପାଇଁ ମାଳମାଳ ନେତା, ଗାଁ ଗାଁରେ ନେତାଙ୍କ ପ୍ରଚାର

19

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : -ଧାମନଗର ନିର୍ବାଚନ ମଣ୍ଡଳୀର ବିଜେପି ନେତା ବିଷ୍ଣୁ ସେଠୀଙ୍କ ବିଯୋଗ ଯୋଗୁଁ ଅନୁଷ୍ଠିତ ହେଉଛି ଉପ ନିର୍ବାଚନ । ନିର୍ବାଚନକୁ ଆଉ ମାତ୍ର ୮ ଦିନ ଥିବାବେଳେ ନେତାମାନଙ୍କ ପ୍ରଚାରରେ ଜମିବାରେ ଲାଗିଛି ପ୍ରଚାର ! ଗାଁ ଦାଣ୍ଡରେ ଚାଲିଛି ନେତାଙ୍କ ପ୍ରଚାର ! ଆଜି ସୂର୍ଯ୍ୟପରାଗ ଥିବା ସତ୍ୱେ ବିଜେପି ପ୍ରାଥୀ ସୂର୍ଯ୍ୟବଂଶୀ ସୁରଜ ନିଜର ସମର୍ଥକଙ୍କୁ ଧରି ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ! ସୁରଜ ଆଜି ଧୂଷୁରୀ ହସିନାବାଦ ଓ ଅର୍ଜୁନପୁର ପଞ୍ଚାୟତରେ ଘର ଘର ବୁଲି ମାଗିଛନ୍ତି ଆଶୀର୍ବାଦ ! ଏହି ସମୟରେ ସୁରଜଙ୍କୁ ମହିଳା ମାନେ ବନ୍ଦାପନା କରି ଆଶୀର୍ବାଦ କରିଥିବା ଦେଖିବାକୁ ମିଳିଛି ! ସେପଟେ ସ୍ୱାଧୀନ ପ୍ରାଥୀ ଭାବେ ନିର୍ବାଚନ ଲଢୁଥିବା ରାଜୁ ଦାସ ମଧ୍ୟ ଆଜି ବମକୁରା. ଖଡ଼ିମାରା ଓ ଅର୍ଜୁନପୁର ପଂଚାୟତରେ ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା ବେଳେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି !

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More