ଭଦ୍ରକ(ସଂଘର୍ଷ ମିଡିଆ ) : ପେଟ୍ରୋଲ ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିର ପ୍ରତିବାଦରେ ଆଜି ବାମ ଦଳ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରୁଛି । ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମଏଲ୍) ଓ ଫରଓ୍ୱାର୍ଡ ବ୍କଲ ଆଦି ୪ଟି ବାମ ଦଳ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏ ବନ୍ଦ ପାଳନ ହେଉଛି । ଦରବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ୍ ଦେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ । ଗାଡ଼ିମୋଟର ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି । ଏହି ୬ ଘଣ୍ଟିଆ ବନ୍ଦକୁ ସମର୍ଥନ କରିଛି କଂଗ୍ରେସ ଦଳ । ତେବେ ବନ୍ଦର ପ୍ରଭାବ ଭଦ୍ରକରେ ପରିଲକ୍ଷିତ ହୋଇଛି । ସିପିଏମ , ସିପିଆଇଏମ ଏଲ , ସିଟୁ ଓ କଂଗ୍ରେସ ଦଳ ବନ୍ଦ ଡାକରା ଦେଇଛନ୍ତି । ତେବେ ଭଦ୍ରକ ଶାଖାର ଶ୍ରମିକ ନେତା ଓ କଂଗ୍ରେସ ନେତୃତ୍ୱରେ ଭଦ୍ରକ ସହରରେ ପିକେଟିଂ କରାଯାଉଛି । ବନ୍ତ ଛକ , ଅପର୍ତ୍ତିବିନ୍ଧା ଛକ ସହ 16 ନମ୍ବର ଜାତୀୟ ରାଜପଥରେ ରାସ୍ତା ଅବରୋଧ କରାଯାଇଛି । ଯାତାୟାତ ବାଧାପ୍ରାପ୍ତ ହୋଇଛି । ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧିକୁ ବିରୋଧ କରୁଛନ୍ତି ବିଭିନ୍ନ ସଂଗଠନ । ଉଭୟ ସରକାରଙ୍କୁ ବିରୋଧ କରିବା ସହ ପ୍ରତିବାଦ ସହ 6 ଘଣ୍ଟିଆ ବନ୍ଦ ଘୋଷଣା କରିଛନ୍ତି ।