ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ୍ ସମ୍ମୁଖରେ ତୈଳଦର ବୃଦ୍ଧି, ରନ୍ଧନ ଗ୍ୟାସ ବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଭଣ୍ଡାରି ପୋଖରୀ ବ୍ଲକ୍ କଂଗ୍ରେସ ତରଫରୁ ଗଣଧାରଣା। ବ୍ଲକ୍ ସଭାପତି ରଜନୀକାନ୍ତ ଚନ୍ଦଙ୍କ ନେତୃତ୍ଵରେ ଏକ ପ୍ରତିବାଦ ରାଲି କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ବ୍ଲକ୍ ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲା। ସଭାରେ ଜିଲ୍ଲା ସଭାପତି ସୁବ୍ରତ କୁମାର ଦାସ ଯୋଗଦେଇ କେନ୍ଦ୍ରରେ ବିଜେପି, ରାଜ୍ୟରେ ବିଜେଡି ସରକାରଙ୍କ ଦୂର ଦର୍ଶିତା ଅଭାବ ଯୋଗୁ କିମ୍ୱା ମିଳି ମିଶି ଯୋଜନା ବଦ୍ଧ ଭାବରେ କରୋନା ମହାମାରୀ ସମୟରେ ଅହେତୁକ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଟ କରୁଛି। ଜିଲ୍ଲା ସଭାପତି ଶ୍ରୀ ଦାସ ବିଜେପିର ଅଚ୍ଛାଦିନ୍ ବିକାଶର ନାଗ୍ନତାକୁ ପଦାରେ ପକାଇଥିଲେ। ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।