ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲା ତୀର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ମୋଟ ୮୮ହଜାର ୩୧୦ଭୋଟ ପାଇ ବିଜୟୀ ହୋଇଛନ୍ତି।ତୀର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୯ହଜାର ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୬୫ହଜାର ୧ଶହ ୫୮ଜଣ ମତଦାନ କରିଥିଲେ।ଏହି ଆସନ ପାଇଁ ମୋଟ ୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ।ସେମାନଙ୍କ ମଧ୍ୟରେ ବିଜେଡ଼ି ପ୍ରାଥୀ ଭାବେ ବିଜୟ ଶଙ୍କର ଦାସଙ୍କୁ ୮୮ହଜାର ୩୧୦ଖଣ୍ଡ ଭୋଟ ପାଇଛନ୍ତି, ବିଜେପି ପ୍ରାଥୀ ରାଜକିଶୋର ବେହେରାଙ୍କୁ ୪୬ ହଜାର ୬୦୭ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ୨୮ହଜାର ୭୭୮ଖଣ୍ଡ ଭୋଟ ମିଳିଥିବାବେଳେ ସିପିଆଇ ପ୍ରାର୍ଥୀ ବିଜୟ କୁମାର ଭୋଇଙ୍କୁ ଏକ ହଜାର ୧୦୯ଖଣ୍ଡ ଭୋଟ ମିଳିଛି।ସେହିଭଳି ୫ଜଣ ସ୍ୱାଧୀନପ୍ରାର୍ଥୀଙ୍କ ମଧ୍ୟରେ ଅର୍ଜୁନ ଚରଣ ବେହେରାଙ୍କୁ ୫୨୯ ଖଣ୍ଡ ଭୋଟ, ଗୋଲାପ ମଞ୍ଜରୀ ଭୋଇଙ୍କୁ ୧୮୩ଖଣ୍ଡ ଭୋଟ,ରବୀନ୍ଦ୍ର ନାଥ ସେଠୀଙ୍କୁ ୧୯୫ ଖଣ୍ଡ ଭୋଟ,ରମେଶ ଚନ୍ଦ୍ର ମଲ୍ଲିକଙ୍କୁ ୨୧୦ ଖଣ୍ଡ ଭୋଟ,ସଚିତ୍ର ମଲ୍ଲିକଙ୍କୁ ୨୧୪ ଖଣ୍ଡ ଭୋଟ ପାଇଥିଲେ।ନୋଟରେ ମଧ୍ୟ ୭୮୬ ଖଣ୍ଡ ଭୋଟ ଯାଇଥିଲା।ତେବେ ବିଜେଡ଼ି ପ୍ରାଥୀ ବିଜୟ ଶଙ୍କର ଦାସ ତାଙ୍କର ନିକଟତମ ପ୍ରତିଦ୍ବନ୍ଦି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଙ୍କ ଠାରୁ ୪୧ହଜାର୭୦୩ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।