ତୀର୍ତ୍ତୋଲ ବିଧାନସଭା ଉପନିର୍ବାଚନ : କଂଗ୍ରେସ, ବିଜେଡି, ବିଜେପି ଦଳର ବିଭିନ୍ନ ସ୍ଥାନରେ ପ୍ରଚାର ଜୋରଦାର

19

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲାର ୧୦୨-ତୀର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନିମନ୍ତେ ତିନି ପ୍ରମୂଖ ଦଳ କଂଗ୍ରେସ, ବିଜେଡି, ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରଚାରକୁ ଜୋରଦାର କରାଯାଇଥିଲା।ତେବେ ଆଜି କଂଗ୍ରେସ ପକ୍ଷରୁ ରଘୁନାଥପୁର ବ୍ଲକ ଅନ୍ତର୍ଗତ ପୁରୁଣାବସନ୍ତ ପଞ୍ଚାୟତର କଂଗ୍ରେସ କାଯ୍ଯଳୟକୁ ପ୍ରାଥୀ ହିମାଂଶୁ ଭୂଷଣ ମଲ୍ଲିକ ଉଦଘାଟନ କରି ନିଜ ସମର୍ଥକଙ୍କ ସହ ରାଢଙ୍ଗ ପଞ୍ଚାୟତରେ ପ୍ରଚାର ପ୍ରସାର କୁ ଜୋରଦାର କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୁଣାବସନ୍ତ ପଞ୍ଚାୟତ ର ବନମାଳୀ ମହାରଣା, କୈଳାସ ସ୍ବାଇଁ, ଅମୂଲ୍ଯ ନାୟକ, ବିଭୁତି ଭୂଷଣ ସ୍ବାଇଁ, ବିଶ୍ବଜିତ ସାହୁ, ପରମାନନ୍ଦ ବାରିକ, ଜ୍ଞାନରଞ୍ଜନ ସ୍ବାଇଁ ଓ ଅନ୍ୟ ଯୁବ ଓ ବରିଷ୍ଠ ନେତୃ ବୃନ୍ଦ ଙ୍କ ଉପସ୍ଥିତ ରେ ପଞ୍ଚାୟତ କାର୍ଯ୍ୟଳୟ ଉଦଘାଟନ କରିଥିଲେ। ସେପଟେ ରାଢଙ୍ଗ ପଞ୍ଚାୟତର ପଞ୍ଚାୟତ ସଭାପତି ଦିଲ୍ଲିପ ନାୟକ, ସୁଧୀର ରଞ୍ଜନ ବାରିକ, ଲୋକନାଥ ସ୍ବାଇଁ , ଅନିଲ କୁମାର ସ୍ବାଇଁ, ଦିପକ୍ କୁମାର ସ୍ବାଇଁ, ନିମାଇଁ ରାଉତ, ଦେବୀପ୍ରସନ୍ନ ସ୍ବାଇଁ, ସାରଦା ପ୍ରସାଦ ଜେନା,ଦେବୀ ପ୍ରସାଦ ମହାରାଣା, ଗିରିସ୍ ମଲ୍ଲିକ ଙ୍କ ସମେତ ଅନ୍ୟ ନେତୃ ବୃନ୍ଦ ଉପସ୍ଥିତ ଥିଲେ।ସେହିଭଳି ବଜେଡି ପକ୍ଷରୁ ଆଜି ବିରିଡି ବ୍ଲକରେ ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇ ବିଜେଡ଼ି ପ୍ରାଥୀ ଵିଜୟ ଶଙ୍କର ଦାସଙ୍କ ସହ ଛଅଟି ପଂଚାୟତ ଯଥା ଉକୁନ୍ଦରା,ବସନ୍ଦରା,ମଙ୍ଗୁଲି, ବାଗଲପୁର ,ବାରେଡ଼ିଆ,ପୁରଣ ରେ ରୋଡ଼ ସୋ ମାଧ୍ୟମରେ ବିଜେଡ଼ି ଦଳକୁ ବିପୁଳ ସଂଖ୍ୟାରେ ଭୋଟ ଦେବାପାଇଁ କହିଥିଲେ।ସେହି ଭଳି ବିରିଡି ବ୍ଲକର ବିଭିନ୍ନ ସ୍ଥାନରେ ବିଜେପି ପାର୍ଥି ରାଜ କିଶୋର ବେହେରା ନିଜେ ସମର୍ଥକଙ୍କ ସହିତ ରୋଡ଼ ସୋ ମାଧ୍ୟମରେ ପ୍ରଚାର କୁ ଜୋରଦାର କରିଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ସହ ରାଖଲ ମଲିକଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More