ତୀର୍ତ୍ତୋଲ ଉପନିର୍ବାଚନ ପାଈଁ ସିପିଆଇ(କମ୍ୟୁନିଷ୍ଟ) ପ୍ରାଥୀଙ୍କ ପ୍ରାଥୀପତ୍ର ଦାଖଲ

12

Get real time updates directly on you device, subscribe now.

ତିର୍ତ୍ତୋଲ ( ସଂଘର୍ଷ ମିଡିଆ ) : ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିନରେ ସିପିଆଇ(କମ୍ୟୁନିଷ୍ଟ)ଦଳର ପ୍ରାର୍ଥୀ ବିଜୟ କୁମାର ଭୋଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜୟ କୁମାର ଭୋଇ ଏକ କମ ସଂଖ୍ୟକ ସମର୍ଥକ ମାନଙ୍କ ସହ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ । ସିପିଆଇ(କମୁନିଷ୍ଟ)ଦଳର ପ୍ରାଥୀ ଶ୍ରୀ ଭୋଇ ତାଙ୍କ ସମର୍ଥକ କମ୍ୟୁନିଷ୍ଟ ଦଳର ଜାତୀୟ ପରିଷଦ ସଦସ୍ୟ ଅଭୟ ସାହୁ,ଜିଲ୍ଲା ସମ୍ପାଦକ ଅଭିଜିତ ସାହୂ,ସତ୍ୟରଞ୍ଜନ ମହାନ୍ତି, ନାରୟଣ ଭୋଳ,ଗୌରାଙ୍ଗ ବୋଷ, ଜିନ୍ମୟି ସାହାଣୀ ପ୍ରମୁଖ କର୍ମୀ ମାନଙ୍କ ସହିତ ଆଲୋଚନା କରିବା ପରେ କୋଭିଡ ନିୟମ ଅନୁସାରେ ବିଜୟ କୁମାର ଭୋଇ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ତଥା ୧୦୨ ତିର୍ତ୍ତଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରହିଥିବା ରିଟଣ୍ଣିଂ ଅଫିସର ସଚ୍ଚିଦାନନ୍ଦ ସାହୁଙ୍କ ନିକଟରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସ୍ୱାଧୀନପାର୍ଥି ଶ୍ରୀ ଭୋଇ କହିଥିଲେ ତୀର୍ତ୍ତୋଲ ଅଞ୍ଚଳ ବାସୀ ଏବେ ପରିବର୍ତ୍ତନ ଚାହୁଁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେ କୃଷକ ହେଉ ଅବା ଶ୍ରମିକ ମାନଙ୍କର ଉନୟନ ଚାହୁଁନଥିବା ବେଳେ କମ୍ୟୁନିଷ୍ଟ ଦଳ ବିଜୟ ପରେ ସେଥିପ୍ରତି ଧ୍ୟାନଦେବେ ବୋଲି କହିଥିଲେ । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More