ତୀର୍ତ୍ତୋଲରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟିତ

11

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ତୀର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନିମନ୍ତେ ଆଜି ତୀର୍ତ୍ତୋଲ ଠାରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।ଏହି ଉଦ୍ଘାଟନ ଉତ୍ସବରେ ଜିଲ୍ଲା ବିଜେଡି ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲା ବିଜେଡ଼ି ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ, ତୀର୍ତ୍ତୋଲ ଉପନିର୍ବାଚନ ବ୍ଲକ ଦାୟିତ୍ଵରେ ଥିବା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସାଂସଦ ଡଃ.ରାଜଶ୍ରୀ ମଲ୍ଲିକ,ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ରମାକାନ୍ତ ଭୋଇ, ବିଜେଡ଼ି ବିଧାୟକ ପ୍ରାଥୀ ବିଜୟ ଶଙ୍କର ଦାସ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ବରିଷ୍ଠ ବିଜେଡି ନେତୃମଣ୍ଡଳୀ କହିଥିଲେ ଏହି ତୀର୍ତ୍ତୋଲ ଉପନିର୍ବାଚନ ରେ ବିଜୟ ଶଙ୍କର ଦାସଙ୍କ ବହୁ ଭୋଟରେ ବିଜୟ ହେବ।ନବୀନ ସରକାର ତୀର୍ତ୍ତୋଲ ବାସୀଙ୍କ ପାଇଁ ଏବେ ଦୁଇ ଦୁଇଟି ସେତୁ ଉଦ୍ଘାଟନ କରି ଆଉ ଦୁଇପାଦ ବିକାଶ ପଥରେ ଆଗେଇ ନେଇଛନ୍ତି।ଜନସାଧରଣଙ୍କ ପାଇଁ ନବୀନ ବାବୁ ଯେଉଁ ବିକାଶ କରିଛନ୍ତି।ତାହା ସମସ୍ତଙ୍କ ପାଖରେ ପହଞ୍ଚି ଛି।ତେଣୁ ତୀର୍ତ୍ତୋଲ ନିର୍ବାଚନ ବିଜୟ ଶଙ୍କର ଙ୍କର ଵିଜୟ ହେବ ବୋଲି କହିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More