ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସର ସଜବାଜ

23

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ନଟବର ବାରିକଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଭାବେ ପିସିସି କାର୍ଯ୍ୟକାରୀ ସଭାପତି ତଥା ପିସିସି ନିର୍ବାଚନ କମିଟି ଅଧ୍ୟକ୍ଷ ଚିରଞ୍ଜୀବ ବିଶ୍ଵାଳ ଯୋଗ ଦେଇ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବା ସହ ସାଧାରଣ ଲୋକଙ୍କ ମତାମତ ନେଇ ପାର୍ଥି ଚୟନ କରାଯିବ ବୋଲି ସୂଚନା ଦେଇଥିଲେ । ପିସିସି ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁର ରାଉତରାୟ ଯୋଗ ଦେଇ କଂଗ୍ରେସ କର୍ମୀମାନେ ଏକଜୁଟ ହୋଇ ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଆହ୍ଵାନ ଦେଇଥିଲେ । ଏହି ବୈଠକରେ ଉକ୍ତ କମିଟି ର ସଦସ୍ୟ ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା, ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଅରିନ୍ଦମ ସର୍ଖେଲ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରବି ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ, ଲିଙ୍ଗରାଜ ମଲ୍ଲ, ଦେବୀପ୍ରସାଦ ତ୍ରିପାଠୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ସୁଦର୍ଶନ ଦାସ, ଜ୍ଞାନଦେବ ବେଉରା, ନିତ୍ୟାନନ୍ଦ ପଣ୍ଡା, ଇଂ ନଳିନୀ କୁମାର ସ୍ବାଇଁ, ଦେବୀ ପ୍ରସାଦ ମଲ୍ଲିକ, ପ୍ରତିମା ମଲ୍ଲିକ ଙ୍କ ସହ ଅନ୍ୟ ମାନେ ଯୋଗଦାନ କରି ବିଭିନ୍ନ ମତ ଦେଇଥିଲେ । ଶେଷରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଏକ ସମ୍ମାନ ଜନକ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ କଂଗ୍ରେସ ଦଳ ଏଥର ଉପନିର୍ବାଚନ କୁ ଗୁରୁତର ସହ ସମ୍ମାନ ଜନକ ଭାବେ ଲଢିବା ପାଇଁ ନିଷ୍ପତ୍ତି ନିଆଯିବା ସଙ୍ଗେ ସଙ୍ଗେ ପ୍ରାର୍ଥି ଭାବରେ କାହାରିକୁ ଉପରୁ ଲଦି ଦିଆନଯାଇ ତଳ ସ୍ତରର କର୍ମୀ ଓ ଜନସାଧାରଣଙ୍କ ମତାମତକୁ ଗ୍ରହଣ କରାଯାଇ ପ୍ରାର୍ଥି ଚୟନ କରାଯିବ ପାଇଁ ନିଷ୍ପତ୍ତି ନିଆଗଲା । ଅଗଷ୍ଟ ମାସ ଭିତରେ ଇଚ୍ଛୁକ ପ୍ରାର୍ଥି ମାନେ ନିର୍ବାଚନ କମିଟିର ଅଧ୍ୟକ୍ଷ ଚିରଞ୍ଜିବୀ ବିଶ୍ଵାଳଙ୍କ ନିକଟରେ ଦରଖାସ୍ତ ଦେବା ପାଇଁ ସ୍ଥିର କରାଗଲା । ପରିଶେଷରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More