ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ

24

Get real time updates directly on you device, subscribe now.

ତିର୍ତ୍ତୋଲ ( ସଂଘର୍ଷ ମିଡିଆ ) : ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଉପ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ପରେ ପରେ ଏବେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଛି। ବିଜେପି ଓ କଂଗ୍ରେସ ପକ୍ଷରୁ ପୂର୍ବରୁ ପ୍ରଚାର କାର୍ଯ୍ୟ ଜାରି ରହିଥିବା ବେଳେ ବିଜେଡ଼ି ତାର ବରିଷ୍ଠ ନେତା ମାନଙ୍କୁ ରଣକୌଶଳ ପ୍ରସ୍ତୁତି କରିଛି । ତିର୍ତୋଲ ନିର୍ବାଚନ ମଣ୍ଡଳୀ ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଯାଞ୍ଚ ପ୍ରକ୍ରିୟା ପରେ ଏବେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଭାବେ ସେମାନଙ୍କ ପ୍ରଚାର ମୈଦାନରେ। ବିଜେପି ଦଳ ପକ୍ଷରୁ ବରିଷ୍ଠ ନେତା ଆଇନଜୀବୀ ରାଜକିଶୋର ବେହେରା ତାଙ୍କ ଦଳୀୟ କର୍ମୀଙ୍କୁ ନେଇ ବିରିଡ଼ି ଓ ରଘୁନାଥପୁର ବ୍ଲକର ବିଭିନ୍ନ ଗାଁ ବୁଲି ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରୁଛନ୍ତି। କେନ୍ଦ୍ରୀୟ ଯୋଜନା ଓ ଦଳୀୟ ସାଙ୍ଗଠନିକ ଦକ୍ଷତାକୁ ନେଇ ଦଳ ପୂର୍ବରୁ ପ୍ରସ୍ତୁତ ଥିବା ବେଳେ ଏବେ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More