ତିର୍ତ୍ତୋଲ ଉପ ନିର୍ବାଚନ ପାଈଁ ବିଜେପି ପ୍ରାଥୀଙ୍କ ପ୍ରାଥୀପତ୍ର ଦାଖଲ

22

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଦ୍ଵିତୀୟ ଦିବସରେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସକାଳୁ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ଦର୍ଶନ କରି ରାଜ କିଶୋର ବେହେରା ଜଗତସିଂହପୁର ପାର୍ଟି ଅଫିସରେ ପହଞ୍ଚିଥିଲେ । ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସହିତ ବିଜେପି ସମର୍ଥକମାନଙ୍କ ସହିତ ଆଲୋଚନା କରିବା ପରେ କୋଭିଡ କଟକଣା ନିୟମ ଅନୁସାରେ ରାଜ କିଶୋର ବେହେରା ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ତଥା ୧୦୨ ତିର୍ତ୍ତଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରହିଥିବା ରିଟଣ୍ଣିଂ ଅଫିସର ସଚ୍ଚିଦାନନ୍ଦ ସାହୁଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ନିର୍ବାଚନରେ ଶାସକ ବିଜେଡି ଓ କଂଗ୍ରେସ ଦଳର ଦୋଷ ଦୁର୍ବଳତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ଜନାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ଦଳ ନିଶ୍ଚିତ ଜିତିବ ବୋଲି ରାଜକିଶୋର ବେହେରା କହିଥିଲେ । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More