ତିର୍ତ୍ତୋଲ ଉପନିର୍ବାଚନ, ଜମି ପଟା ନାହିଁ ତ ଭୋଟ ନାହିଁ

32

Get real time updates directly on you device, subscribe now.

ତିର୍ତ୍ତୋଲ ( ସଂଘର୍ଷ ମିଡିଆ ) : -ଏଥର ଜମି ପଟା ନାହିଁ ତ ଭୋଟ ନାହିଁ। ନିର୍ବାଚନ ପ୍ରଚାର ବେଳେ ମାଳମାଳ ପ୍ରତିଶ୍ରୁତି କିନ୍ତୁ ନିର୍ବାଚନ ସରିଲେ ଫଳ ଶୂନ। ଅସୁବିଧା ବେଳେ ନେତାଙ୍କ ଦେଖା ନାହିଁ। ଏହି ମଧ୍ୟରେ ତିର୍ତ୍ତୋଲ ଉପନିର୍ବାଚନ ନଭେମ୍ବର ୩ ତାରିଖ ରେ ହେବାକୁ ଥିବା ବେଳେ ଉପନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର ସମୟରେ ବିଭିନ୍ନ ଦାବି ପୂରଣ ନେଇ ଭୋଟ ବର୍ଜନ ଚେତାବନୀ ଦେଇ ରାସ୍ତାକୁ ଓହ୍ଲାଇଛନ୍ତି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିରିଡି ବ୍ଲକ ର ବାସନ୍ଦରା ପଞ୍ଚାୟତ ଭୋଟର। ସେପଟେ ନିର୍ବାଚନ ଆସିଲେ କେବଳ ନେତାଙ୍କ ଦେଖା ମିଳୁଛି ଓ ନିର୍ବାଚନ ସରିଲେ ଅସୁବିଧା ବେଳେ କେହି ଶୁଣି ନାହାଁନ୍ତି ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ।ସୂଚନା ମୁତାବକ ବାସନ୍ଦରା ପଞ୍ଚାୟତ ରେ ଜମିଜମା ସମସ୍ୟା ରହିଛି । ଅପର ପକ୍ଷରେ ସରକାରୀ ଅବହେଳା ଯୋଗୁ ପଞ୍ଚାୟତର ପ୍ରାୟ ଲୋକ ଗରୀବ ଶ୍ରେଣୀର ହୋଇଥିବା ରୁ ଜମି ପଟା ଖଣ୍ଡିଏ ନଥିବାରୁ ପିଲାମାନେ ସାର୍ଟିଫିକେଟ ଖଣ୍ଡିଏ ପାଇପାରୁ ନାହାଁନ୍ତି ତହସିଲଦାର। ସେତିକି ନୁହେଁ ବ୍ୟାଙ୍କକୁ ଲୋନ ପାଇଁ ଗଲେ ମଧ୍ୟ ମିଳୁନି ଋଣ। ଯାହାଫଳରେ ଭୋଟ ବର୍ଜନ ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବାସନ୍ଦରା ଗ୍ରାମପଞ୍ଚାୟତ ର ଗ୍ରାମବାସୀ। ଏନେଇ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ମିଳୁନି ସୁଫଳ। ନିର୍ବାଚନ ପରେ ନିର୍ବାଚନ ଗଲାଣି। ପ୍ରଚାର ବେଳେ କେବଳ ମାଳମାଳ ପ୍ରତିଶୃତି କିନ୍ତୁ ନିର୍ବାଚନ ସରିଲେ କେଉଁ ରାଜନେତା ଙ୍କ ଦର୍ଶନ ନାହିଁ ବୋଲି ଅଭିଯୋଗ କରିଛନ୍ତି ଜଣେ ସ୍ଥାନୀୟ ଲୋକ । କହିଛନ୍ତି ଯେ, “ଜମି ପଟା ନଥିବାରୁ ସରକାର ଙ୍କ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ବୋଲି ଅଭିଯୋଗ ଆଣିଛନ୍ତି ସରକାର ହୁଅନ୍ତୁ କିମ୍ବା ରାଜନେତା ହୁଅନ୍ତୁ ଯଦି ଜମି ବାଡ଼ି ପଟା ସମସ୍ୟା କୁ ଦୁଷ୍ଟି ନ ଦିଅନ୍ତି ଉପନିର୍ବାଚନ ଭୋଟ ବର୍ଜନ କରିବେ ବୋଲି ଗ୍ରାମ ବାସି ମାନେ ଚେତା ବନି ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More