ତିର୍ତ୍ତୋଲରେ ବିଜେଡି ବୈଠକରେ ସଭାପତି ପଦକୁ ନେଇ କର୍ମୀଙ୍କ ହଙ୍ଗମା

23

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ନୀଉଜ) : ଜଗତସିଂହପୁର ଜିଲ୍ଲା ତୀର୍ତ୍ତୋଲ ଉପନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି କନ୍ଦଳ ବୃଦ୍ଧି ପାଇବାରେ ଲାଗିଛି ବୋଲି ବଜାର ଘାଟରେ ଚର୍ଚ୍ଚା ଜୋର ଧରିଛି। ଗତକାଲି ରାଜ୍ୟସ୍ତରୀୟ ବିଜେଡି ନେତାମାନେ ତିର୍ତ୍ତୋଲ ଉପ ନିର୍ବାଚନ ପାଈଁ ବିରିଡି, ରଘୁନାଥପୁର, ତୀର୍ତ୍ତୋଲ ଠାରେ ବୈଠକ କରିଥିଲେ ମଧ୍ୟ ତୃଣମୂଳ ସ୍ତରର ବିଜେଡ଼ି କର୍ମୀ ମାନେ ନେତାମାନଙ୍କୁ ଉଚିତ ଜବାବ ଦେଇଥିଲେ।ଗ୍ରାମାଞ୍ଚଳର କର୍ମୀଙ୍କ ପ୍ରଶ୍ନବାଣରେ ରାଜ୍ୟ ସ୍ତରୀୟ ନେତାମାନେ ଘାଇଲା ହୋଇଥିଲେ। ଯାହାଫଳରେ ନେତା ମାନେ ଯିଏ ଯାହା ବାଟରେ ଯାଇଥିଲେ। ଏହି ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀମାନେ କୁହନ୍ତି କି ଜିଲ୍ଲା ବିଜେଡି ସଭାପତି ଏବେ କରୋନା ପଜେଟିଭ ନେଇ ହୋମଆଇସୋଲେସନରେ ଥିବା ବେଳେ କର୍ମୀ ସମ୍ମିଳନୀ କରିବା ଦୁଃଖ ଦାୟକ ଘଟଣା। ତେବେ ରାଜ୍ୟସ୍ତରୀୟ ନେତାମାନେ ଜିଲାସଭାପତିଙ୍କ ଅନୁପସ୍ଥିତରେ ତୀର୍ତ୍ତୋଲ ର ମୁନୀ ଗୋସାଇଁ ମଠ ସମୁଖ ଆଦିକବି ଭବନରେ ବୈଠକ କରିଥିଲେ। ସଭାପୁର୍ବରୁ ବିଜେଡି ପର୍ଯ୍ୟବେକ୍ଷକଙ୍କୁ ପ୍ରବଳ ମାତ୍ରାରେ କର୍ମୀମାନେ ବିରୋଧ କରିଥିଲେ। ଵିଷ୍ଣୁ ଦାସ ଜିନ୍ଦା ବାଦ, ବ୍ଳକ ସଭାପତି ବସନ୍ତ ମହାପାତ୍ର ଜିନ୍ଦା ବାଦ, ବିଜୟ ଶଙ୍କର ଜିନ୍ଦାବାଦ ଧ୍ବନି ରେ ଗୃହ ପ୍ରକମ୍ପିତ କରିଥିଲେ। ପୁର୍ବତନବିଧାୟକ ସାମନ୍ତରାୟଙ୍କୁ କର୍ମୀମାନେ ପଚାରିଥିଲେ ତୀର୍ତ୍ତୋଲ ବ୍ଲକ୍ର ସଭାପତି କିଏ। ସେ ସନ୍ତୋଷ ଜନକ ଉତ୍ତର ନଦେଇ ଅନ୍ୟଜଣଙ୍କ ନାମ ଘୋଷଣା କରିବାରୁ ବିଜେଡ଼ି କର୍ମୀ ମାନେ ଗର୍ଜିଥିଲେ। ଯାହାଫଳରେ ଅସନ୍ତୋଷର ବାତାବରଣ ଖେଳିଯାଇଥିଲା। ଏପରିକି ଚେୟାର ଫିଙ୍ଗା ଫୋପଡା କରିବା ସହ ଦୁଇ ଗୋଷ୍ଠି ପେଲା ଠେଲା ପର୍ଯ୍ୟନ୍ତ ଯାଇଥିଲା। ଵିଷ୍ଣୁ ଦାସଙ୍କ ବିୟୋଗରେ କର୍ମୀମାନେ ମର୍ମାହତ ହୋଇଥିବା ସ୍ଥଳେ ତାଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଟିକଟ ପାଇଁ ତାଙ୍କ ସମର୍ଥକ ଦାବି କରୁଥିବା ସ୍ଥଳେ ରାଜ୍ୟ ସ୍ତରୀୟ ନେତାମାନେ ଵୈଠକକୁ ଵିଷ୍ଣୁଙ୍କ ସମର୍ଥକଙ୍କୁ ଡାକାଯାଇ ନଥିବାରୁ ତୀର୍ତ୍ତୋଲ ବିଜେଡ଼ି କର୍ମୀଙ୍କ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି ବୋଲି କର୍ମୀମାନେ ପ୍ରକାଶ କରିଛନ୍ତି। ତେବେ ଏ ଦିଗରେ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି ହୋଇଛି। ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More