ଜଗତସିଂହପୁର( ସଂଘର୍ଷ ମିଡିଆ ) : ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେପି ନେତାଙ୍କୁ ଅଣଦେଖାର ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତଗତ ଶତାଧିକ କର୍ମୀ ଏକଜୁଟ ହୋଇ ତିର୍ତ୍ତୋଲ ନିବାର୍ଚନ ପ୍ରସ୍ତୁତ ପ୍ରକ୍ରିୟାରେ ତିର୍ତ୍ତୋଲ ନିବାର୍ଚନ ମଣ୍ଡଳୀ ନେତା ପ୍ର.ରାମକାନ୍ତ ଭୋଇଙ୍କୁ ଅଣଦେଖା ଓ ଅସମ୍ମାନୀତ ବିରୁଦ୍ଧରେ ଦୃଢ ପ୍ରତିବାଦ ସହ ଅସହଯୋଗ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏକ ଦାବି ପତ୍ର ମାଧ୍ୟମରେ ନିଷ୍ପତ୍ତି ନିଆଯାଇଛି ,ଏହି ଦାବି ପତ୍ର ଶ୍ରୀଯୁକ୍ତ ତରୁଣ କୁମାର ଦାସଙ୍କୁ ପ୍ରଦାନ କରିଥିଲେ ଉକ୍ତ ସଭାରେ ଶ୍ରୀଯୁକ୍ତ କ୍ଷୀରେଦ ଚନ୍ଦ୍ର ପାଳ ସଭାପତିତ୍ୱ କରିବା ସହ ଅନ୍ୟ କମୀ ମାନେ ଉପସ୍ଥିତ ଥିଲେ। ଲାଷ୍ମୀଧର ସାହୁ ,ବିଭୁତି ଭୂଷଣ ରାୟ ,ସୁନୀଲ୍ କୁମାର ,ଅଜୟ ଭୋଇ ,ଅକ୍ଷୟ ରାଊତ ,ନରେନ୍ଦ୍ର ଭୋଇ,ଦୀନବନ୍ଧ ସ୍ୱାଇଁ,ଦେବଦ୍ରତ ପରିଜା, ମାନସ ବାରିକି,ବ୍ରହ୍ମାନନ୍ଦ ଜେନା, ସୁଶାନ୍ତ ପତ୍ର ,ବିଭୁତି ଭୂଷଣ ଭୋଇ,ସତ୍ୟ ପଟନାୟକ, ନରେଶ ଓଝା, ଉପସ୍ଥିତ ଥିଲେ।