ତିର୍ତୋଲ ( ସଂଘର୍ଷ ମିଡିଆ ) : ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ର ଉପ ନିର୍ବାଚନ ରେ ବିଜେଡିର ବିଜୟକୁ ନେଇ ତିର୍ତୋଲ ଗୋପିଆକୁଦ ପଡିଆରେ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଯାଇଛି.ଜଗତସିଂହପୁର ବିଧାୟକ ତଥା ଜ଼ିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲିଙ୍କ ଅଧକ୍ଷତାରେ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ବିଧାୟକ ଅତନୁସବ୍ୟ ସାଚି ନାୟକ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପଞ୍ଚାୟତ ସମିତି ଅଧକ୍ଷା ସୁଜାତା ମହାନ୍ତି, ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ, ଜ଼ିଲ୍ଲା ପରିଷଦ ସଭ୍ୟ ସନାତନ ଦଳାଇ, ପୂର୍ବତନ ବ୍ଲକ ବିଜେଡି ସଭାପତି ବସନ୍ତ କୁମାର ମହାପାତ୍ର ଙ୍କ ସମେତ ସମସ୍ତ ଯେଉଁ ମାନେ ଉପନିର୍ବାଚନ ରେ ପଞ୍ଚାୟତ ମାନଙ୍କରେ ପରିଚାଳନା କରୁଥିବା ପର୍ଯ୍ୟବେଖକ, ପୂର୍ବତନ ମନ୍ତ୍ରୀ ଶଶୀଭୁଷଣ ବେହେରା, ଅତାବିରା ବିଧାୟିକା ସ୍ନେହାଙ୍ଗିନ ଛୁରିଆ ପ୍ରମୁଖ ଯୋଗ ଦେଇଥିଲେ। ସଭା ଆରମ୍ଭରୁ ପ୍ରବାଦ ପୁରୁଷ ସ୍ୱର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା. ପରେ ତିର୍ତୋଲ ପୂର୍ବତନ ବିଧାୟକ ଦିବଂଗତ ନେତା ବିଷ୍ଣୁ ଦାସଙ୍କ ବିୟୋଗରେ ଏକ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଅତିଥି ମାନଙ୍କ ଦ୍ୱରା ତିର୍ତୋଲର ନବ ନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ପୁଷ୍ପ ମାଳ ପକାଇ ସମ୍ବର୍ଦ୍ଧନା କରାଯାଇଥିଲା। ବିଜେପି ଦଳ ଛାଡି ବିଜେଡି ଦଳରେ ଯୋଗ ଦେଇଥିବା ପ୍ରଫେସର ରମାକାନ୍ତ ଭୋଇ କହିଥିଲେ ଯେ ଆମ୍ଭେମାନେ ନିର୍ବାଚନ ସମୟରେ ପଂଚାୟତ, ଗାଁ ବୁଲି ଜନସାଧାରଣ ଙ୍କ ନିକଟରେ ଯେଉଁ ପ୍ରତିଶୃତି ଦେଇଛେ ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ତାହା ସବୁକୁ ପୂରଣ କରିବା ପାଇଁ ପଡିବ. କାରଣ ଏବେ ଠାରୁ ପଞ୍ଚାୟତ ରେ ଥିବ ସମସ୍ୟା କୁ ଯଦି ନବୁଝିବା ୨୦୨୨ ପଂଚାୟତ ନିର୍ବାଚନରେ ଦଳ ଅସୁବିଧାର ସମୁଖୀନ ହୋଇପାରେ। ଏହା ସହିତ ବିଜେପି ମୋତେ ଯେଉଁ ଭଳି ଭାବେ ଅଣଦେଖା କରିଛି ଆଗାମୀ ଦିନରେ ବିଜେପି ତିର୍ତୋଲ ରେ କିଭଳି ତଳିତଳାନ୍ତ ହେବ ସେଥିପାଇଁ କାର୍ଯ୍ୟ କରିବି। ବିଧାୟକ ଅତନୁସବ୍ୟସାଚି ନାୟକ କହିଲେ ଥିଲେ ଯେ ତିର୍ତୋଲ ନିର୍ବାଚନ ମଣ୍ଡଳୀ ର ତିନୋଟି ବ୍ଲକ ମଧ୍ୟରେ ତିର୍ତୋଲ ବ୍ଲକ ସର୍ବାଧିକ ଭୋଟ ବିଜେଡି କୁ ଦେଇଥିବାରୁ ସମସ୍ତ ଜନସାଧାରଣ, ପର୍ଯ୍ୟବେଖକ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ବିମଳ କୁମାର ମହାପାତ୍ର, ତପନ କୁମାର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।