ଟୋଲ ଗେଟରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ବିଜେପିର ଶାନ୍ତିପୂର୍ଣ୍ଣ ଗଣଧାରଣା

22

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) :- ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଳକ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ନେଉଳିଆଠାରେ ହୋଇଥିବା ଟୋଲ ପ୍ଲାଜ଼ା ଗେଟ ଗୁରୁବାରଠାରୁ କାର୍ଯ୍ୟକ୍ଷମ ହୋଇଛି । ଏହି ସଂସ୍ଥାରେ ସ୍ଥାନୀୟ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ନ ଦିଆ ଯାଇଥିବାରୁ ସ୍ଥାନୀୟ ଲୋକେ ଏବଂ ଭାରତୀୟ ଜନତା ପାର୍ଟି ପକ୍ଷରୁ ତିନି ଦିନ ଧରି ଗଣ ଧାରଣା ଜାରି ରହିଛି । ସ୍ଥାନୀୟ ବିଜେପି ନେତା ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ବରେ ବୁଧବାରଠାରୁ ଏହି ଗଣଧାରଣା ଆରମ୍ଭ ହୋଇଛି । ଦଳର ମଣ୍ଡଳ ସଭାପତି, ଜିଲ୍ଲା ଉପସଭାପତି, ସରପଞ୍ଚ,ପୂର୍ବତନ ସରପଞ୍ଚ, ସାଧାରଣ ସମ୍ପାଦକ, ପ୍ରାକ୍ତନ ସମିତି ସଭ୍ୟ, ଯୁବନେତାଙ୍କ ସମେତ ବହୁ ଲୋକେ ଧାରଣାରେ ସାମିଲ ହୋଇଛନ୍ତି l ଟୋଲଗେଟ ଠିକାସଂସ୍ଥା “ ସ୍କାଇଲାର୍କ ଇଂଫ୍ରା ଇଞ୍ଜିନିଅରିଂ’କୁ ଦୋଷାରୋପ କରିବା ସହ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନ ଦିଆଯିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଜାରି ରହିବ ବୋଲି ପ୍ରକାଶ କରିଥିଲେ । ନିଯୁକ୍ତିରେ ଅନିୟମିତତା ହୋଇଥିବା ବେଳେ ରାଜ୍ୟ ବାହାରର ନିଯୁକ୍ତିପ୍ରାପ୍ତ କର୍ମଚାରୀଙ୍କୁ ତୁରନ୍ତ ବରଖାସ୍ତ କରିବା ସହ ଲାଞ୍ଚ ନିଆଯାଇ ନିଯୁକ୍ତି ଦିଆଯାଇଥିବା ବହୁ ସଂଖ୍ୟକ ଯୁବକଙ୍କୁ ଅର୍ଥ ଫେରସ୍ତ ଦେବାକୁ ଧାରଣାରେ ଦାବି କରାଯାଇଥିଲା । ଭଣ୍ଡାରିପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More