ଟାଙ୍ଗି ସାଲେପୁର ବିଧାୟକଙ୍କ ଦ୍ଵାରା ବିଜେଡି କାର୍ଯ୍ୟାଳୟ ଉଦ୍ଘାଟିତ

20

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : ଟାଙ୍ଗି ଚୌଦ୍ୱାର ପଞ୍ଚାୟତ ସମିତି ଅନ୍ତର୍ଗତ ନପଂଗ ପଞ୍ଚାୟତ ଠାରେ ବିଜେଡି ସଙ୍ଗଠକ କୃଷ୍ଣ ଚନ୍ଦ୍ର ଦାଶଙ୍କ ପୌରହିତରେ ଟାଙ୍ଗି ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରାଙ୍କ ଦ୍ବାର ସାସ୍କୃତିକ କାର୍ଯ୍ୟକ୍ରମ ଓ ବିଜେଡି କାର୍ଯ୍ୟାଳୟ ଉଦ୍ଘାଟନ ହୋଇଯାଇଛି। ନପଙ୍ଗ ପଞ୍ଚାୟତ ବିରୋଳ ଠାରେ ବିଜେଡି କାର୍ଯ୍ୟାଳୟ ଉଦ୍ଘାଟନ କରି ଏକ ବିରାଟ ଶୋଭଯାତ୍ରାରେ ଜନକଲ୍ୟାଣ ଯୁବକ ସଂଘ ଆନୁକୂଲ୍ୟରେ ଗଣେଷ ପୂଜା ପରିପକ୍ଷରେ ବିରୂପା ପଠାରେ ଏକ ସାସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ର ଛାତ୍ରୀ ଏହି ଅଞ୍ଚଳର a ବହୁ ବୃଦ୍ଧିଜିବୀ ଏବଂ ଅଞ୍ଚଳ କୁ ଗୌରବନିତ କରିଥିବା ବ୍ୟକ୍ତି ମାନଙ୍କୁ ଓ ବହୁ କୁନି କୁନି କଳାକାର ମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ, ୫ଟି ପଞ୍ଚାୟତ ର ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ୧୩ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ତଥା ପୂର୍ବତନ ବ୍ଲକ ଅଧକ୍ଷ ଜୟ ଶ୍ରୀ ପ୍ରଧାନ, ୧୧ନମ୍ବର ଜୋନ ଜିଲ୍ଲା ପରିଷଦ ର ସଦସ୍ୟ ଚିତ୍ତରଞ୍ଜନ ସାମଲ ସହିତ ଶତାଧିକ ବିଜେଡି ନେତା , ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More