କୋରାପୁଟ (ସଂଘର୍ଷ ମିଡିଆ ) : -ଆଜି ଜୟପୁର ଓ ବୋରିଗୁମାରେ ବିଜେପିର ଜନ ଆଶ୍ରିର୍ବାଦ ଯାତ୍ରାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ମୋଟର ସାଲକେଲ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ବିଜେପି କର୍ମୀ ମାନେ। ଜୟପୁରରେ ବିଜେପି କର୍ମୀ ଓ ମହିଳାମାନେ ତାଙ୍କୁ ବିପୁଳ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିବା ବେଳେ ବୋରିଗୁମାରେ ଭୈରବ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ଓ ବିଜେପି କର୍ମୀ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ତେବେ କଲେଜରେ ଆଇଟି ଲ୍ୟାବର ଆଵଶ୍ୟକତା ନେଇ ଛାତ୍ରଛାତ୍ରୀ ମତବ୍ୟକ୍ତ କରିଥିଲେ। ଏହାର ପ୍ରତି ଉତ୍ତରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ମତ ପ୍ରକାଶ କରିଥିଲେ କି ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଡିଗ୍ରୀ କଲେଜରେ ଆଇଟି ଲ୍ୟାବ କରାଯିବା ନେଇ ସେ ପରେ ଚିନ୍ତା କରି କହିବେ ବୋଲି ପ୍ରକାଶ କରିଥିଲେ। ଏହା ପରେ ସେ ବୋରିଗୁମା ଥାନା ନିକଟରେ ଜନସଧାରଣଙ୍କ ସହ କଥାବାର୍ତ୍ତା କରି ଥିଲେ। ପରେ ଦାଶିରୀ ସାହିରେ ପହଁଚି ମହିଳାମାନଙ୍କ ସହ ଆଲୋଚନା କରିଥିଲେ । ବୋରିଗୁମା ଆଉଁଳି ଓ ଅଞ୍ଚଳା ଗ୍ରାମରେ ପହଁଚି ଗ୍ରାମବାସୀଙ୍କ ସହ ଆଲୋଚନା ମାଧ୍ୟମରେ କେନ୍ଦ୍ରୀୟ ଯୋଜନାର ସୁଫଳ ବିଷୟରେ ପଚାରି ବୁଝିଥିଲେ। ପରେ ସେଠାରୁ ବାହାରି ନବରଙ୍ଗପୁର ଓ କଳାହାଣ୍ଡି ଅଭିମୁଖେ ଗସ୍ତ କରିଥିଲେ। ଜୟପୁରରୁ ନବରଙ୍ଗପୁରକୁ ରେଳପଥ ନିର୍ମାଣ ନେଇ ଜିଲ୍ଲାପାଳଙ୍କ ସହ ସେ ଆଲୋଚନା କରିଥିଲେ। ଏହା ପରେ ସନ୍ଧ୍ୟା 4 ଟା ବେଳେ କଳାହାଣ୍ଡି ଅଭିମିଖେ ଗସ୍ତ କରିଥିଲେ। ମାଲକାନଗିରିରେ 5 କୋଟି ଟଙ୍କାର ପୋଷ୍ଟାଲ ଦୁର୍ନୀତି ନେଇ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଅସନ୍ତୋଷ ପ୍ରକାଶ କରିବା ସହ 30 ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ବିଭାଗୀୟ ଅଧିକାରୀଙ୍କୁ । ତେବେ ରେଳମନ୍ତ୍ରୀଙ୍କ ଏହି ଗସ୍ତ ରେଳସେବା ଏବଂ ଆଇଟି ବିକାଶ କ୍ଷେତ୍ରରେ ନୂତନ ଆଶା ସଞ୍ଚାର କରିବ ବୋଲି କହିଛନ୍ତି ଗୌତମ ସାମନ୍ତରାୟ। ଅବିଭକ୍ତ କୋରାପୁଟ ଜିଲ୍ଲାରୁ ବ୍ୟୁରୋ ଚିଫ ଜ୍ୟୋତ୍ସ୍ନା ରାଉଳ ସଙ୍ଘର୍ଷ ନ୍ୟୁଜ।