ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

28

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ସମ୍ପାଦକ ତଥା ପ୍ରବକ୍ତା ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେଡି ଓ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି।ପ୍ରଧାନମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ ସମସ୍ତଙ୍କୁ ପ୍ରଭାବିତ କରିଛି।ରାଜ୍ୟରେ ବିଜେପି ସରକାର ଗଠନ କରିବା ନିଶ୍ଚିତ।କେନ୍ଦ୍ରରେ ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବ। ବିଜେପି ସରକାରକୁ ଆସିଲେ ଦଳ ପକ୍ଷରୁ ପ୍ରକାଶ ପାଇଥିବା ଇସ୍ତାହାରକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ।ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପି ସରକାର ଆସିଲେ ପ୍ରତ୍ୟେକ ଘରକୁ 300 ୟୁନିଟ ମାଗଣା ବିଜୁଳି ପ୍ରଦାନ।ପ୍ରତ୍ୟେକ ଝିଅକୁ 1000 ଟଙ୍କା ମାସିକ ସହାୟତା ରାଶି। 3000 ଟଙ୍କା ଭତ୍ତା ବୃଦ୍ଧି।ଗରୀବ ଙ୍କୁ ଆବାସ ଯୋଜନାରେ ପକ୍କା ଘର ପ୍ରଦାନ 5 ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ପ୍ରଦାନ ପାରଳାଖେମୁଣ୍ଡି ର ମୁଖ୍ୟ ରାସ୍ତା ପ୍ରଶସ୍ତି କରଣ।ଏସ କେ ସି ଜୀ ସ୍ୱୟଂ ଶାସିତ କଲେଜକୁ ବିଶ୍ୱ ବିଦ୍ୟାଳୟ ର ମାନ୍ୟତା ପ୍ରଦାନ।ମେଡ଼ିକାଲ କଲେଜ ସ୍ଥାପନ ଏହି ଭଳି ମୋଦି ଗ୍ୟାରେଣ୍ଟି ପ୍ରେସ ଇସ୍ତାହାରରେ ପ୍ରକାଶ ପାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବାଳ କୃଷ୍ଣ ପାତ୍ର, କାଉନସିଲର ବିଭୁତି ଭୂଷଣ ବେହେରା ଜିଲ୍ଲା ଭାଜପା ସମ୍ପାଦକ ଜଗନ୍ନାଥ ମହାପାତ୍ର, ନଗର ସଭାପତି ଟି. ବସନ୍ତ କୁମାର, ବରିଷ୍ଠ ନେତା ସି ଏଚ ସୀମାଦ୍ରୀ, ଏବଂ ଦେବୀ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଗଜପତିରୁ ବିବେକାନନ୍ଦ ବେହେରା

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More