ରାଉରକେଲା (ଆମ ପ୍ରତିମିଧି ) : ଆଜି ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଉଦିତ ନଗର ସ୍ଥିତ ଆଇଟିଡିଏ ଅଫିସ୍ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ୩ ଦଫା ଦାବି ନେଇକି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭ ଜିଲ୍ଲା କଂଗ୍ରେସ ସଭାପତି ତଥା ପ୍ରାକ୍ତନ ବିଧାୟକ ଜର୍ଜ ତିର୍କୀ ଙ୍କ ନେତୃତ୍ବ ରେ କରାଯାଇଥିଲା। ଠାରେ ଗତ କିଛି ଦିନ ହେଲା ଦୁର୍ନୀତି ଚାଲିଛି,କିନ୍ତୁ କାହାର ଏ ପ୍ରତି ନଜର ନାହିଁ। ରାଜ୍ୟ ସରକାର ଏହି ଦୁର୍ନୀତି ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଉଚିତ୍ ବୋଲି ଶ୍ରୀ ଜର୍ଜ ତିର୍କି କହିଛନ୍ତି।ଏହି ବେଆଇନ୍ ଦୁର୍ନୀତି ମୂଳକ କାର୍ଯ୍ୟର ଜିଲ୍ଲା କଂଗ୍ରେସ ତରଫରୁ ପ୍ରତିବାଦ କରାଯାଇ ତା ୨୫-୬-୨୧ ରିଖରେ ପ୍ରକଳ୍ପ ପ୍ରଶାସକ ଦାୟିତ୍ୱରେ ଥିବା ପାନପୋଷ ଉପଜିଲ୍ଲପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ସମସ୍ତ କାର୍ଯ୍ୟର ଖୋଲା ଟେଣ୍ଡର ପାଇଁ ଦାବି କରାଯାଇଥିଲା।ଏହି ଦୁର୍ନୀତି ମୂଳକ କାର୍ଯ୍ୟର ତଦନ୍ତ ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବା ସହ ତୁରନ୍ତ ସମସ୍ତ ସ୍କୁଲ ଭିତ୍ତିଭୂମିର ବିକାଶ କାର୍ଯ୍ୟ ଯେପରି ଇ ଟେଣ୍ଡର ଜରିଆରେ କରାଯାଇପାରିବ ସେ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଜର୍ଜ ତିର୍କି ଜଣାଇଥିଲେ। ରାଉରକେଲାରୁ କ୍ୟାମେରାମ୍ୟାନ ମୃତୁଞ୍ଜୟଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ୍ ସଂଘର୍ଷ ନୀୟୁଜ୍।