ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାରଳା ପୌର ପରିଷଦରେ ବେନିୟମ କାର୍ଯ୍ୟ ଗୁଡିକର ସ୍ୱତନ୍ତ୍ର ଅଡିଟ କରିବା ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

28

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସର ଉପସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ ପାରଳା ପୌର ପରିଷଦର ବିଭିନ୍ନ ଦୁର୍ନୀତି ଓ ବିଭିନ୍ନ ଅନିୟମିତତାର ସ୍ୱତନ୍ତ୍ର ଅଡିଟ ମାଧ୍ୟମରେ ତୁରନ୍ତ କାର୍ଯ୍ୟ କାରି କରାଯାଉ ନ ଚେତ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ନଟବର ଗରଡ଼ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସୂର୍ଯ୍ୟ ନାରାୟଣ ପାତ୍ର ,ଅଭିମନ୍ୟୁ ପଣ୍ଡା, ସଂଗ୍ରାମ ସାହୁ ପ୍ରମୁଖ କଂଗ୍ରେସ କର୍ମୀ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More