ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା.

51

Get real time updates directly on you device, subscribe now.


ଗଜପତି(ସଂଘର୍ଷ ମିଡିଆ):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗୁଣ୍ଡିଚା ବାଡ଼ି ଠାରୁ ଏକ ରାଲିରେ ସଂଘର ସଭାପତି ରାଜେନ୍ଦ୍ର କୁମାର ରଥଙ୍କ ନେତୃତ୍ୱରେ ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ସଙ୍ଘ ତଥା ପିଓ ମାନେ ଦୁଇ ଦଫା ଦାବି ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଏହି ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ଗଣମାଧ୍ୟମ କୁ କହିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ରେ ସଂଘର ଉପ ସଭାପତି ମଧୁ ପଲାକି, ସମ୍ପାଦକ ସନ୍ତୋଷ କୁମାର ବାହାଦୂର, ଯୁଗ୍ମ ସମ୍ପାଦକ ରବି କୁମାର ପାତ୍ର,ରାଜ୍ୟ କାର୍ଯ୍ୟକାରୀ ସଂଯୋଜକ ଗଜପତି ଜିଲ୍ଲାର ନୃସିଂହ ଚରଣ ମିଶ୍ର ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ। .

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More