ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସିପି ସ୍ଥିତ ଜନ ସମ୍ପର୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ବ୍ଳକ କଂଗ୍ରେସ ସଭାପତି ଅଦ୍ଵୈତ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପ୍ରସନ୍ନ ସାମନ୍ତରାୟ,ଜିଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ପବନି ଭୋଇ ଯୋଗଦେଇ କହିଥିଲେ ପଂଚାୟତ ସ୍ତରରେ କଂଗ୍ରେସ କର୍ମୀ ମାନଙ୍କୁ ଏକଜୁଟ କରି ପଂଚାୟତ ନିର୍ବାଚନ ରେ କିଭଳି ଭାବେ ସଫଳ ହେବ ସେନେଇ ଆଲୋଚନା କରାଯାଇଥିଲା।ପରେ ବ୍ଳକ ସ୍ତରୀଯ କାର୍ଯ୍ୟକର୍ତ୍ତାଙ୍କ ନାମକୁ ବ୍ଳକ କଂଗ୍ରେସ ସଭାପତି ଶ୍ରୀ ଜେନା ଘୋଷଣା କରାଯାଇଥିଲା।ସେମାନଙ୍କ ମଧ୍ୟରେ ଉପସଭାପତି ଭାବେ ନିରଞ୍ଜନ ସେନ, ନାରାୟଣ ନାୟକ,ସୁକାନ୍ତ କୁମାର ବେହୁରା, ଅଭିମନ୍ୟୁ ରାଉତ, ଉଲ୍ଲାସ ବେହେରା, କୋସାଧକ୍ଷ ଭାବେ ମନୋରଞ୍ଜନ ମହାନ୍ତି, ସାଧାରଣ ସମ୍ପାଦକ ଭାବେ ଦେବୀ ପ୍ରସାଦ ପରିଡା,ବିରବର ନାୟକ, ସୁର୍ଯ୍ୟ ପଳାଉର, ପୁଷ୍ପରାଜ ତ୍ରିପାଠୀ, ବିଦ୍ୟୁତ ପ୍ରଭା ସାହୂ, ଗୋକୁଳାନନ୍ଦ ପ୍ରଧାନ, କୈଳାସ ଦାସ,ସମ୍ପାଦକ ଭାବେ ଆଶିଷ କୁମାର ମହାପାତ୍ର, କୈଳାସ ଚନ୍ଦ୍ର ମୁଦୁଲି, ଗୋପୀନାଥ ପଣ୍ଡା, ରମାକାନ୍ତ ମହାନ୍ତି, ମମତା ସ୍ୱାଇଁ, ଅଜୟ କୁମାର ରାୟ, ଦେବେନ୍ଦ୍ର କୁମାର ବେହେରା, ଜ୍ଞାନ ରଂଜନ ପୃଷ୍ଟି, କୃଷ୍ଣଚନ୍ଦ୍ର ମହାରଣା, ସୟଦ ନୁର ଅଲ୍ଲୀ ନାମ ଘୋଷଣା ହୋଇଥିବା ବେଳେ ଏକଜୁକୁଟିଭ ସଦସ୍ୟ ଭାବେ 15ଜଣ ଓ 32ଜଣ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳ, ପୂର୍ବତନ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ଵାଳ, ଜିଲାସଭାପତି ନଟବର ବାରିକ,ପୂର୍ବତନ ଜିଲାସଭାପତି ରବୀନ୍ଦ୍ର ନାଥ ବାରିକ, ବିପ୍ଳବ ଚୌଧୁରୀ, ନିତ୍ୟାନନ୍ଦ ପଣ୍ଡା,ଶ୍ରୀଚରଣ ରାଉତ ପ୍ରମୂଖ 32ଜଣ ସଦସ୍ୟଙ୍କ ନାମ ଘୋଷଣା କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।