ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ବିଜେପି ଓବିସି ମୋର୍ଚ୍ଚା ର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ଵାଳ ଯୋଗଦେଇ କହିଥିଲେ ପଛୁଆ ବର୍ଗଙ୍କ ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା କମିଶନଙ୍କ ସୁପାରିଶ ଓଡ଼ିଶାରେ ଆଦୌ କାର୍ଯ୍ୟକାରୀ ହେଉ ନାହିଁ।ଦେଶର ଅଧିକାଂଶ ରାଜ୍ୟ ସମ୍ବିଧାନର ଅନୁଛେଦ-୯ ବଳରେ ପଚାଶ ପ୍ରତିଶତ ସଂରକ୍ଷଣ ସିଲିଂ ବ୍ୟବସ୍ଥା କୁ ଅତିକ୍ରମ କରି ନିଜ ନିଜ ରାଜ୍ୟର ପଛୁଆ ବର୍ଗ ଙ୍କୁ ସମସ୍ତ କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ କରିଥିବା ବେଳେ ଓଡିଶା ସରକାର କାହଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ।ତେଣୁ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗର ଛାତ୍ରଛାତ୍ରୀ ଙ୍କୁ ସଂରକ୍ଷଣ ଦିଅନ୍ତୁ ବୋଲି ରାଜ୍ୟ ସରକାରଙ୍କ ପାଖରେ ଦାବି କରିଥିଲେ।ଯଦି ଓଡ଼ିଶା ସରକାର ପଛୁଆ ବର୍ଗ ଙ୍କୁ ସଂରକ୍ଷଣ ନକରନ୍ତି ବିଜେପି ଓବିସି ମୋର୍ଚ୍ଚା ପଛୁଆ ବର୍ଗଙ୍କ ସ୍ୱାର୍ଥ ଲଢେ଼ଇ ଜାରି ରଖିବ ବୋଲି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ କହିଥିଲେ।ଏହି ଖବରଦାତା ସମ୍ମିଳନୀରେ ଜିଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ଜିଲା ବିଜେପି ଓବିସି ମୋର୍ଚ୍ଚା ର ସଭାପତି ସୁବୋଧ ବାରିକ, ରାଜ୍ୟ ଓବିସି ନେତା ସିଦ୍ଧାର୍ଥ ଶଙ୍କର ପାଟି,ମିଡ଼ିଆ ସେଲ ର ଅଧ୍ୟକ୍ଷ ଗଣେଶ ପ୍ରସାଦ ମହାନ୍ତି, ଜିଲା ବିଜେପି ସାଧାରଣ ସମ୍ପାଦକ ଜଗନ୍ନାଥ ଦାସ, ତିର୍ତ୍ତୋଲ ର ବିଜେପି ନେତା ରାଜକିଶୋର ବେହେରା, ଜିଲା କୃଷକ ମୋର୍ଚ୍ଚା ସଭାପତି ତପନ କୁମାର ବେହେରା,ପୂର୍ବତନ ଓବିସି ମୋର୍ଚ୍ଚା ସଭାପତି ଜଗନ୍ନାଥ ସ୍ୱାଇଁ, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ମନୋଜ ଶୁକ୍ଳା, ସୁଶାନ୍ତ କୁମାର ପଲେଇ, ଅଭୟ କିଶୋର ନାୟକ ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ ଓବିସି ମୋର୍ଚ୍ଚା ର ଉପସଭାପତି ନୃସିଂହ ସାହୂ ଧନ୍ୟବାଦ ଦେଇଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।