ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଭାରତୀୟ ଜନତା ପାର୍ଟି ପକ୍ଷରୁ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ସଭାପତିତ୍ୱ ରେ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ହୋଇଛି।ସମସ୍ତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ବୈଠକ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ତଥା ରାଜ୍ୟ ଏସି ମୋର୍ଚାର ଅଧ୍ୟକ୍ଷ ବିଭୁପ୍ରସାଦ ତରାଇ ଯୋଗ ଦେଇଥିଲେ।ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରିଷ୍ଣା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜ8ଳ ଉପସଭାପତି ମୋହିତ ମହାନ୍ତି ଜିଲାର ବିଭିନ୍ନ ଅଞ୍ଚଳରୁ ମୃତ୍ୟୁ ବରଣ କରିଥିବା ନେତାମାନଙ୍କ ଉଦ୍ଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାଥନା କରିବାକୁ ପ୍ରସ୍ଥାବ ଦେଇଥଲେ।ଜିଲା ସଭାପତି ତାଙ୍କର ସଂକ୍ଷିପ୍ତ ଅଭିଭାଷଣ ରଖିବା ପରେ ଜିଲ୍ଲାର ସାଧାରଣ ସମ୍ପାଦକ ସୁବାସ ଜେନା ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ।ବିଶେଷ କରି ରାଜ୍ୟରୁ ତିନି ଜଣ ମହାନୁଭବ ମାନଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ରେ ସ୍ଥାନ ଦେବ ଓ ତିନୋଟି ପର୍ଯ୍ୟାୟ ଷାଠିଏରୁ ଉର୍ଦ୍ଧ୍ବ, ଚାଳିଶରୁ ଷାଠିଏ ଓ ଅଠରରୁ ଚାଳିଶ ବୟସର ବ୍ୟକ୍ତି ମାନଙ୍କୁ ମାଗଣାରେ ଟୀକା ଦେଇ ଆଜି ପର୍ଯ୍ୟନ୍ତ ତେୟାଳିସ କୋଟି ଲୋକଙ୍କୁ ଟୀକା ଦିଆଯାଇଥିବାରୁ ଆଜିର କାର୍ଯ୍ୟ କାରିଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ।ଏହି ବୈଠକରେ ପଂଚାୟତ ନିର୍ବାଚନ ପ୍ରସ୍ତୁତି ଉପରେ ଜିଲା ପୂର୍ବତନ ସଭସ୍ପତି ଉପେନ୍ଦ୍ର ବିଶ୍ବାଳ ମତ ରଖିଥିଲାବେଳେ ନଗର ନିର୍ବାଚନ ଉପରେ ପାରାଦ୍ୱୀପ ର ନେତା ସମ୍ପଦ କୁମାର ସ୍ୱାଇଁ ନିର୍ବାଚନ ରଣାଙ୍ଗନରେ ଆମ୍ଭର ଭୂମିକା କଣହେବ ତାହା ଉପରେ ମତରଖିଥିଲେ।ରାଜନୈତିକ ଚିଠା ଉପରେ ତିର୍ତ୍ତୋଲ ର ନେତା ରାଜକିଶୋର ବେହେରା, ବାଲିକୁଦା ର ନେତା ଶିବବ୍ରତ ଦାସ, ସଞ୍ଜୟ ମହାନ୍ତି ତାଙ୍କର ବକ୍ତବ୍ୟ ରଖିଥିଲେ।ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟକ୍ରମ ଉପରେ ସାଧାରଣ ସମ୍ପାଦକ ଜଗନ୍ନାଥ ଦାଶ ବକ୍ତବ୍ୟ ପ୍ରଦାନକରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମୋର୍ଚାର ସଭାପତି ମାନସ ମହାପାତ୍ର, ହରେକୃଷ୍ଣ ମଲ୍ଲିକ,ବରିଷ୍ଠ କର୍ମକର୍ତା ନୃସିଂହ ସାହୂ, ଯୁଗଳ କିଶୋର ପ୍ରଧାନ,ଅଜିତ ଦାସ,ଗଗନ ଦାସ,ତପନ ବେହେରା,ସର୍ବେଶ୍ୱର ବଳିୟାର ସିଂ, ସଂଯୁକ୍ତା ବରାଳ, ସରୋଜିନୀ ମଲ୍ଲିକ,ମିନତି ଜେନା,ସ୍ନେହମୟୀ ଲେଙ୍କା, ମନୋରମା ବାରିକ,ଜ୍ଞାନ ରଂଜନ ଦାସ, ରଣଜିତ ମହାନ୍ତି,ମିଡ଼ିଆ ସେଲର ଅଧ୍ୟକ୍ଷ ଗଣେଷ ପ୍ରସାଦ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସେଷରେ ଉପସଭାପତି ସୌଭାଗ୍ୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।